ଫୁଲବାଣୀ : ବିରଞ୍ଚି ବେହେରା ନାମକ ବ୍ୟକ୍ତି ପ୍ରଥମେ ଜଣେ ଯୁବକ କୁ ଗୁଳି ମାରି ଆହତ କରିବା ପରେ ନିଜ ସ୍ତ୍ରୀକୁ ଗୁଳି କରି ହତ୍ୟା କରିବା ଘଟଣା ରେ ସମଗ୍ର କନ୍ଧମାଳ ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତ ବିରଞ୍ଚି ବେହେରା ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକ କୁ ଏବଂ ପରେ ନିଜ ସ୍ତ୍ରୀ କୁ ଗୁଳି ମାରି ହତ୍ୟା କରିଥିବା ଏକ ଅଭାବ ନୀୟ ଘଟଣା ଗୋଛାପଡ଼ା ଅଞ୍ଚଳ ରେ ଘଟିଛି। ଏହି ଘଟଣା ର ପ୍ରକୃତ କାରଣ ଜଣାପଡି ନାହିଁ । ସୂଚନା ଯୋଗ୍ୟ କଟାପଙ୍ଗା ଗ୍ରାମର ନରୋତ୍ତମ ବେହେରା ଆଧାରକାର୍ଡ ସଂଶୋଧନ କରିବା ପାଇଁ ତାଙ୍କ ସ୍ତ୍ରୀ ସହ ଫିରିଙ୍ଗିଆ ଯାଉଥିବା ବେଳେ ବଗାରୀମୁଣ୍ଡା କେନ୍ଦୁପତ୍ର ଫଡି ଠାରେ କ୍ରାଣ୍ଡି ବାଲି ପଞ୍ଚାୟତ ର ସରୁପଡା ଗ୍ରାମର ବିରଞ୍ଚି ବେହେରା ନରୋତ୍ତମ ବେହେରା ନାମକ ଜଣେ ବ୍ୟକ୍ତି ଙ୍କୁ ଗୁଳିମାଡ କରି ଗୁରୁତର ଆହତ କରିଥିଲେ। ତାପର ମୁହୂର୍ତ୍ତ ରେ ବିରଞ୍ଚି ଘରକୁ ଯାଇ ନିଜ ସ୍ତ୍ରୀ ଲିଲିମା କୁ ମଧ୍ୟ ଗୁଳି କରି ହତ୍ୟା କରିଛି। ଗୋଛାପଡ଼ା ଥାନା ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରିବା ସହ ନରୋତ୍ତମର ଗୋଡ ଓ ଦେହରେ ଗୁଳି ବାଜି ରକ୍ତ ଯୁଡୁବୁଡୁ ହୋଇଥିବା ଯୋଗୁଁ ନରୋତ୍ତମକୁ ସଂଗେ ସଂଗେ ଗୋଛାପଡା ମେଡିକାଲ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ଗୁଳି କରିଥିବା ବିରଞ୍ଚିକୁ ପୋଲିସ ଅଟକ ରଖି କେଉଁ କାରଣରୁ ଏଭଳି ଅପରାଧ ଘଟାଇଛନ୍ତି ଘଟଣା ର ପ୍ରକୃତ କାରଣ ଜାଣିବା ପାଇଁ ପଚରାଉଚରା କରିବା ସହ ବନ୍ଧୁକ ଜବତ କରିଛି ପୋଲିସ୍।
