ପୁରୀ: ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନ ଛାଡି ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିଜେ କରିଥିଲେ । ବାହୁଡାଦିନ ଚତୁର୍ଦ୍ଧାମୂର୍ତ୍ତି ବାହୁଡାଯାତ୍ରାରେ ଯିବା ପରେ ଶରଧାବାଲି ଓ ନାକଚଣା ଦ୍ୱାର ପୁଣି ବର୍ଷେ ପ୍ରତୀକ୍ଷା କରି ରହିବେ । ମହାପ୍ରଭୁ ଯୁଆଡେ ଗହଳି ସିଆଡେ । ନଅ ଦିନ ଯାକ ଗୁଣ୍ଡିଚା ମନ୍ଦିର ଗହଳି ଲାଗିଥିଲା । ଏବେ ଖାଁ ଖାଁ ଲାଗୁଛି । ପୁଣି ଅପେକ୍ଷା ଆରବର୍ଷକୁ ।

ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଓ ନାକଚଣା ଦ୍ୱାର ବନ୍ଦ ହୋଇଯିବା ପରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁନାହିଁ । ଝୁରୁଛି ଶରଧାବାଲି । ଯେଉଁ ବାଲି ଉପରେ ପ୍ରଭୁଙ୍କ ପହଣ୍ଡି ପାଦ ପଡିଥିଲା ଓ ରଥ ରହିଥିଲା ସେହି ପବିତ୍ର ବାଲିକୁ ଶ୍ରଦ୍ଧାଳୁ ମୁଣ୍ଡରେ ମାରି ଘରକୁ ନେଉଥିବା ଦେଖିବାକୁ ମିଳିଛି ।
