ମୁମ୍ବାଇ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଯୋଗୁଁ ଦେଶରେ ଏଲପିଜି ସଙ୍କଟ ଦେଖାଦେଇଛି। ଏହାର ପ୍ରଭାବ ମୁମ୍ବାଇରେ ଦେଖିବାକୁ ମିଳିଛି। ମୁମ୍ବାଇର ହୋଟେଲ ଶିଳ୍ପ ଏକ ଗୁରୁତର ବାଧାପ୍ରାପ୍ତ ହେଇଛି। ଏଲପିଜି ସିଲିଣ୍ଡର ଅଭାବ ଯୋଗୁଁ କାର୍ଯ୍ୟ ବନ୍ଦ ହେଉଛି। ମୁମ୍ବାଇ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ କହିବା ଅନୁଯାୟୀ, ରୋଷେଇ ଗ୍ୟାସର ଅଭାବ ଯୋଗୁଁ ସହରର ପ୍ରାୟ ୨୦% ହୋଟେଲ ଅସ୍ଥାୟୀ ଭାବରେ ବନ୍ଦ ହୋଇସାରିଛି। ଆସୋସିଏସନ ଚେତାବନୀ ଦେଇଛି ଯେ ଯୋଗାଣ ପରିସ୍ଥିତିରେ ଉନ୍ନତି ନହେଲେ ପ୍ରାୟ ୫୦% ହୋଟେଲ ଖୁବ୍ଶୀଘ୍ର ବନ୍ଦ କରିବାକୁ ପଡ଼ିପାରେ। ଯଦି ପରିସ୍ଥିତି ଏପରି ଜାରି ରହେ, ତେବେ ଆଗାମୀ ଦିନରେ ମୁମ୍ବାଇର ପ୍ରାୟ ଅଧା ହୋଟେଲ ବନ୍ଦ ହୋଇପାରେ ବୋଲି ଆସୋସିଏସନ କହିଛି। ତେବେ ଆସୋସିଏସନ ହୋଟେଲ ବନ୍ଦ କରିବା ପାଇଁ କୌଣସି ସାମୂହିକ ନିଷ୍ପତ୍ତି ନେଇନାହିଁ। ରେଷ୍ଟୁରାଣ୍ଟଗୁଡ଼ିକ ଖୋଲା ରହିବ କି ଅସ୍ଥାୟୀ ଭାବରେ ବନ୍ଦ ରହିବ ତାହା ପ୍ରତ୍ୟେକ ହୋଟେଲ ମାଲିକ ସେମାନଙ୍କ ପ୍ରତିଷ୍ଠାନରେ ଉପଲବ୍ଧ ଗ୍ୟାସ୍ ଯୋଗାଣ ଉପରେ ଆଧାର କରି ନିର୍ଣ୍ଣୟ କରିବେ।
