ବାଲିଗୁଡ଼ା: ରାଷ୍ଟ୍ରୀୟ ବଜରଙ୍ଗଦଳ, ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ଆଦର୍ଶ କନ୍ଧମାଳ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ନାମ ରେ ନାମିତ କରିବା ସହ ଜଲେଶପଟ୍ଟା ଆଶ୍ରମ,ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମ ର ଉନ୍ନତି ପାଇଁ ୧୩ କୋଟି ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ତିନିଶହ ଆସନ ବିଶିଷ୍ଟ ଛାତ୍ରୀ ନିବାସ ଓ ସ୍ୱାମୀଜୀ ଙ୍କ ଐତିହ୍ୟ ସ୍ଥଳର ସରଂକ୍ଷଣ ଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ସେବା, ତ୍ୟାଗ ଓ ସମର୍ପଣ କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୋହନ ସରକାର ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିବା ନେଇ କୃତଜ୍ଞତା ଜ୍ଞାପନ କରାଯାଇଛି ।ବାଲିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କୁ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡିଶା ପ୍ରଦେଶ ଅଧକ୍ଷ୍ୟ ବିଶ୍ୱନାଥ ପାତ୍ର, ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଅରୁଣ ନାୟକ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଜିଲ୍ଲା ସଭାପତି କାଁହୁ ଚରଣ ଗୌଡ଼ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଐତିହାସିକ ପଦକ୍ଷେପ ପାଇଁ କନ୍ଧମାଳ ବାସୀ ଙ୍କ ପକ୍ଷରୁ କୃତଜ୍ଞତା ଜଣେଇଥିଲେ ।
