ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜ୍ୟା।କିଛି ଦିନ ତଳେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଘଟଣା ମନରୁ ଲିଭି ନଥୂବା ବେଳେ ପୁଣି ଜିଲ୍ଲାରେ ଜଣେ ନବମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ର ଏକ ସରକାରୀ ବିଦ୍ୟାଳୟର ହଷ୍ଟେଲରେ ଓ ଏ ନେଇ ଛାତ୍ରୀର ପାରିବାର ଲୋକେ ଗୋଛାପଡ଼ା ଥାନରେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ତେବେ ହଷ୍ଟେଲ ରେ ଛାତ୍ରୀ ସୁରକ୍ଷିତ ବ୍ୟବସ୍ଥା ଭିତରେ ରହୁଥ?ିବା ବେଳେ ଏଭଳି ଲଜ୍ଯା ଜନକ ଘଟଣା ଘଟୁଛି କେମିତି ବୋଲି ପ୍ରଶ୍ନ ଉଠିଛି ଓ ସରକାରୀ ନିୟମ ଅନୁସାରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ ଥିଲା । ଏମ୍ ଏଚ୍ ୟୁ ମେଡିକାଲ୍ ହେଲ୍ ତ୍ ୟୁନିଟ୍ ଟିମ୍ ଦ୍ୱାରା ପ୍ରତ୍ୟେକ ମାସରେ ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ । ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବିଦ୍ୟାଳୟ ରେ ସ୍ୱତନ୍ତ୍ର ଭାବେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କୁ ନିଯୁକ୍ତି କରାଯାଇଛି । ହଷ୍ଟେଲ ଦାୟିତ୍ୱରେ ଥୂବା ସୂପରିଟେଣ୍ଡଣ୍ଟ, ୱାଡେନ, ମେଟ୍ରନ୍ ଓ ଅନ୍ୟ ମହିଳା କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଥିବା ବେଳେ ସେମାନେ କିପରି ଛାତ୍ରୀ ଗର୍ଭବତୀ ଥିବା ଜାଣି ପାରିଲେନାହିଁ । ଛାତ୍ରୀ ମାନେ ଛୁଟିରେ ଯାଇ ବିଦ୍ୟାଳୟ କୁ ଫେରିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ ନାହିଁ କାହିଁକି।ପ୍ରଧାନ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କ ର ଖାମଖିଆଲି ମନୋଭାବ, ଅବହେଳା ଯୋଗୁଁ ଜିଲ୍ଲାର ଗୋଟିଏ ପରେ ଗୋଟିଏ ହଷ୍ଟେଲ ରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ପୁର୍ବରୁ ଅନେକ ଥର ହଷ୍ଟେଲ ସ୍କୁଲ ରେ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ ଘଟଣା ଘଟିଥିଲେ ମଧ୍ୟ ଶିକ୍ଷା ବିଭାଗ କତୃପକ୍ଷ ଙ୍କ ଚେତା ନ ପଶିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି । ଫିରିଙ୍ଗିଆ ର ଏକ ବିଦ୍ୟାଳୟ ରେ ବିଗତ ଦିନରେ ଜଣେ ପ୍ରଧାନ ଶିକ୍ଷକ ଫୁଲବାଣୀ ରେ ତାର ପରିବାର ଥିବା ସ୍ୱତେ ଛାତ୍ରୀ ଜଣକୁ ଭଲ ପାଇ ତାର ସମସ୍ତ ସୁବିଧା ଅସୁବିଧା ବୁଝୁଥିଲେ । ଛାତ୍ରୀ ଙ୍କର ଜନ୍ମ ଦିନ ମଧ୍ୟ ବିଦ୍ୟାଳୟ ରେ ଧୁମ୍ ଧାମ ରେ ପାଳନ କରୁଥିଲେ। ଛାତ୍ରୀ ଦଶମ ପାସ୍ ହୋଇଗଲା ପରେ ଭୁବନେଶ୍ୱର ରେ ଆଡ଼ମିଶନ କରାଇ ନିଜର ରକ୍ଷିତା ଭାବେ ରଖି ପାଠ ପଢ଼ାଉ ଥିଲେ। ସେହି ସମୟରେ କନ୍ଧମାଳ ର ଜିଲ୍ଲା ତତ୍କାଳୀନ ଡି ଡବ୍ଲ ଓ ସେହି ଆଶ୍ରମ ବିଦ୍ୟାଳୟ ଙ୍କୁ ଲାଟିନ୍ ହଷ୍ଟେଲ କୁ ଯାଇ ଡ୍ରେସ୍ ବଦଳାଇ ଯାଉଥିଲେ। ପ୍ରଧାନ ଶିକ୍ଷକ ଙ୍କ ର ଏହି କାରନାମା ଡି ଡବ୍ଲୁ ଓ ଜାଣି ପ୍ରଶୟ ଦେଇଥିଲେ। ସେହି ସମୟରେ କିଏ ସେହି ଡି ଡବ୍ଲୁ ଓ ଥିଲେ। ଏବଂ ସେହି ପ୍ରଧାନ ଶିକ୍ଷକ ଜଣକ କିଏ ତଦନ୍ତ ସାପେକ୍ଷ। ସୂଚନା ଯୋଗ୍ୟ ଯେ ଗତବର୍ଷ ଖରା ଛୁଟି ରେ ଏହି ନାବାଳିକା ଛାତ୍ରୀ ଘରକୁ ଯାଇ ଥିଲେ ଆଉ ହଷ୍ଟେଲକୁ ଫେରିବା ପରେ ଗର୍ଭବତୀ ଥବା ଜଣା ପଡ଼ିବା ପରେ ପରିବାର ଲୋକଙ୍କୁ ଡାକି ଛାତ୍ରୀକୁ ଘରକୁ ପଠାଇଥିଲେ । ଆଉ ଏବେ ଛାତ୍ରୀ ଜଣକ ସନ୍ତାନ ପ୍ରସବ କରିଥବା ଜଣା ପଡ଼ିଛି । ଉଭୟ ଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଶୁଣିବାକୁ ମିଳୁଛି । ଗୋଛାପଡ଼ା ଥାନା ରେ ୨୬/୬ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସଂଜିତ୍ ବେହେରା ସୂଚନା ଦେଇଛନ୍ତି। ଫିରିଙ୍ଗିଆ ଥାନା ରେ ମଧ୍ୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାବାଳିକା ଗର୍ଭବତୀ ଘଟଣା ସମ୍ପର୍କରେ ଅଭିଯୋଗ ଦେଇଥିବା ଥାନା ଅଧିକାର ମୁରଲୀ ଧର ସାହୁ ସୂଚନା ଦେଇଛନ୍ତି । ଅଭିଯୋଗ କୁ ନେଇ ତଦନ୍ତ ଚାଲିଥିବା ପୋଲିସ, କହିଛି। ଏପଟେ ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ ଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝି ବାରୁ ସେ ତଦନ୍ତ ଚାଲିଛି। କାର୍ଯ୍ୟାନୁଷ୍ଠାନ ନିଆଯିବ। ହଷ୍ଟେଲ ପ୍ରଧାନ ଶିକ୍ଷକ,ସ୍ୱାସ୍ଥ୍ୟ କର୍ମୀ ଅନ୍ୟ କର୍ମଚାରୀ ଏତେବଡ଼ ସମ୍ବେଦନ ଶିଳ ଘଟଣା ସମ୍ପର୍କରେ ଜାଣିଲେ ନାହିଁ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।
