ବାଲିଗୁଡା: ଗଂଜେଇ ଚଢ଼ାଉ କରିବାକୁ ଯାଇ ସ୍ଥାନୀୟ ବାସିନ୍ଦା ଙ୍କ ଦ୍ୱାରା ଅଟକ ରହିଲା ପୋଲିସ।କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡ଼ା ପଂଚାୟତ ର ପଇସରୁ ଗାଁ ରୁ ସାମ୍ନା କୁ ଆସିଛି ଏପରି ଘଟଣା। ଗତକାଲି ବାଲିଗୁଡା ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ ପୋଇସରୁ ଗାଁ ରେ ଚଢ଼ାଉ ପାଇଁ ପହଂଚିଥିଲା । ତେବେ ସେଠାରୁ ବାଲିଗୁଡା ପୋଲିସ ପ୍ରାୟ ପାଞ୍ଚ କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇ ଜବତ କରିବା ପରେ ଗ୍ରାମବାସୀ ଗଂଜେଇ ଭର୍ତି ପୋଲିସ ଗାଡିକୁ ଅଟକାଇଥିଲେ । ଏପରି କି ଜବତ ହୋଇଥିବା ଗଂଜେଇ କୁ ଗାଡି ରୁ ପୁନଃ ସ୍ଥାନୀୟ ବାସିନ୍ଦା ଛଡାଇ ମଧ୍ୟ ନେଇଥିଲେ । ଏଥିସହ ପୋଲିସ କୁ ଅଟକ ରଖିବା କୁ ଗଛ ପକାଇ ରାସ୍ତା ମଧ୍ୟ ଅବରୋଧ କରିଥିଲେ ଗ୍ରାମବାସୀ । ପୋଲିସ କୁ ଅଟକ ରଖିବା ସହ ଗଂଜେଇ ଛଡାଇବା ଭିଡ଼ିଓ ଏବେ ଭାଇରଲ ହେବା ପରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ପ୍ରାୟ ପାଞ୍ଚ ଘଣ୍ଟା ଗ୍ରାମବାସୀ ପୋଲିସ କୁ ଘେରାଉ କରି ଅଟକ ରଖିବା ସହ ଘଟଣା ସ୍ଥଳରେ ଉତେଜନା ମଧ୍ୟ ଦେଖା ଦେଇଥିଲା କ୍ଷ କିନ୍ତୁ ପରେ ବାଲିଗୁଡା ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ପୁଣି ଗଂଜେଇ ଲୋକଙ୍କୁ ଠାରୁ ଆଣିବା ସହ ଗଂଜେଇ ବୁହା ଗାଡି କୁ ଆଣିବା ରେ ସକ୍ଷମ ହୋଇଥିଲା । ତେବେ ପୋଲିସ କୁ ଅଟକ ରଖିବା ଘଟଣା ରେ ବାଲିଗୁଡା ଥାନା ରେ ମାମଲା ରୁଜୁ କରିବା ସହ ଘଟଣା ରେ ଦୁଇ ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
