ଯୋଡ଼ା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା ବନପାଳ ଅଧିନରେ ଆସୁଥିବା ବୈତରଣୀ ଏ ସଂରକ୍ଷିତ ଜଙ୍ଗଲରୁ ଆଜି ୨୮/୭/୨୦୨୬ ଭୋର ସମୟରେ ଏକ ବାର ଚକିଆ ଝାଡଖଣ୍ଡ ଗାଡ଼ି ନମ୍ବର ଜେ ଏଚ୍ ୦୫ ବି କିୟୁ ୩୮୧୧ ଏବଂ ନମ୍ବର ବିହୀନ ଲୋଡର ମେସିନ କୁ ଘଟଣା ସ୍ଥଳରେ ପେଟ୍ରୋଲିଇଙ୍ଗ ଟିମ୍ କାବୁ କରିନେଇଥିଲେ। ହେଲେ ସେହି ଖଣିଜ ଚୋରିରେ ସମ୍ପୃକ୍ତ ଚୋର, ଗାଡ଼ି ଓ ଲୋଡର ଡ୍ରାଇଭର ଘଞ୍ଚ ଜଙ୍ଗଲ ଭିତରେ କେଉଁ ଆଡ଼େ ଫେରାର ହୋଇଗଲେ। ପେଟ୍ରଲିଇଙ୍ଗ ଟିମ୍ ତାଙ୍କୁ ଧରିବାକୁ ବହୁ ଖୋଜା ଖୋଜି କରି ନିରାଶ ହେବା ପରେ ଗାଡ଼ି ଓ ଲୋଡର ଧରି ଯୋଡ଼ା କାର୍ଯ୍ୟାଳୟ ପରିସରକୁ ଆଣି ଏକ ମାମଲା ରୁଜୁ କରିଥିବା ଜଣା ପଡ଼ିଛି, ଏହି ଘଟଣାରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିଶେଷ ଙ୍କୁ ଠାବ କରିବା ପାଇଁ ତଦନ୍ତ ଚାଲୁଥିବା ବନପାଳ ତ୍ରିନାଥ ଜେନା ଙ୍କ ସୁଚନା।
