ବାଲିଗୁଡା: ସାଙ୍ଗ ନେଲା ସାଙ୍ଗ ର ଜୀବନ ସାମାନ୍ୟ ଅସାବଧାନତା କାରଣ ରୁ ସାଙ୍ଗ ର ବୁଲେରୋ ଧକ୍କା ରେ ଚାଲିଗଲା ଅନ୍ୟ ଜଣେ ସାଙ୍ଗ ର ଜୀବନ ।ବାଲିଗୁଡା ହନୁମାନ ମନ୍ଦିର ନିକଟରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ସାଙ୍ଗ ବାଲିଗୁଡା ଥାନା ସିନ୍ଦ୍ରିଗାଁ ର ରାକେଶ ଦିଗାଲ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଲୁବେନଗଡ଼ ର ଜଣେ ସାଙ୍ଗ ସଲମନ ଦିଗାଲ ଅନ୍ୟ ତିନି ସାଙ୍ଗ ସହ ବାଲିଗୁଡା ଶିଶୁ ବିଦ୍ୟା ମନ୍ଦିର ରେ କାର୍ଯ୍ୟରତ ଗୁରୁଜୀ ବନ୍ଧୁ ଙ୍କୁ ଭେଟିବାକୁ ଯାଇଥିଲେ । ତେବେ ବୋଲେରୋ ଟି ପାର୍କିଂ ହୋଇ ଥିବା ବେଳେ ଚାରି ସାଙ୍ଗଙ୍କ ମଧ୍ୟରେ ଅନ୍ୟ ଜଣେ ସାଙ୍ଗ ନୂଆ କରି ଗାଡି ଚଳାଇବା କାରଣ ରୁ ଦୁର୍ଘଟଣା ଘଟିଥିବା ପୋଲିସ ତଦନ୍ତ ରୁ ଜଣା ପଡିଛି । ନୂଆ କରି ଗାଡି ଚଳାଉଥିବା ସାଙ୍ଗ ଜଣକ ହନୁମାନ ମନ୍ଦିର ନିକଟରେ ଠିଆ ହୋଇଥିବା ଅନ୍ୟ ଜଣେ ସାଙ୍ଗକୁ ବୁଲେରୋ ଧକ୍କା ଦେଇ ମନ୍ଦିର ପାଚେରୀ ରେ ପିଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋ ଧକ୍କା ରେ ପାଚେରୀ ଭୁଶୁଡିବା ସହ ରାକେଶ ସେଠାରେ ଚାପି ହୋଇଥିଲେ ।ତେବେ ଗୁରୁତର ଅବସ୍ଥାରେ ରାକେଶ ଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା।ତେବେ ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ରାକେଶ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବାଲିଗୁଡା ପୋଲିସ ଦୁର୍ଘଟଣା ଗସ୍ତ ବୁଲେରୋ କୁ ଜବତ କରିବା ସହ ଘଟଣା ର ତଦନ୍ତ ଜାରୀ ରଖିଛି।
