ଜୟପୁର: ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ତରଫରୁ ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ମାଲକାନଗିରି ଜିଲା ମୁଦୁଲିପଡା ଥାନା ଅଞ୍ଚଳର ସୁକ୍ର ହନ୍ତାଳ (୪୬) । ଗଞ୍ଜେଇ ଚାଲଣ ହେଉଥିବା ସୁଚନା ପାଇ ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ତରଫରୁ ରେଳଷ୍ଟେସନ ରୋଡ ଏଫସିଆଇ ଗୋଦାମ ନିକଟରେ ଚଢାଉ କରିଥିଲା । ଚଢାଉ କରି ୫ କେଜି ଗଞ୍ଜେଇ ଜବତ କରି ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲଣ କରାଯାଇଥିବା ବିଷୟ ଜୟପୁର ଅବକାରି ନିରିକ୍ଷକ ଅଜୟ କୁମାର ନାୟକ ସୁଚନ ଦେଇଛନ୍ତି ।
