କଟକ: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲବାଦ ଶେଷ ହେବ । ନକ୍ସଲବାଦ ଉତ୍ପାଟନ ଠାରୁ ଆରମ୍ଭକରି ଦେଶର ଔଦ୍ୟୋଗୀକ ସୁରକ୍ଷା ଏବଂ ଅଭିବୃଦ୍ଧିରେ ସିଆଇଏସଏଫ ର ଅବଦାନ ଅତୁଳନୀୟ ଅଟେ । ତେଣୁ ଦେଶର ସମସ୍ତ ବନ୍ଦର ସୁରକ୍ଷା ପାଇଁ ସିଆଇଏସଏଫ କୁ ଦାୟିତ୍ୱ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସିଆଇଏସଏଫ ର ଅବଦାନ ଅତୁଳନୀୟ, ଏହି ଅର୍ଦ୍ଧ ସାମରିକ ବାହିନୀକୁ ଆହୁରି ମଜବୁତ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ ବୋଲି ଆଜି ମୁଣ୍ଡଳୀ ଠାରେ ଆୟୋଜିତ ସିଆଇଏସଏଫ ର ୫୭ତମ ପ୍ରତିଷ୍ଠା ଦିବସ ଅବସରରେ କହିଛନ୍ତି ଶାହ । ଦେଶର ଔଦ୍ୟୋଗିକ ବିକାଶ ହେଲେ ଆର୍ôଥକ ସ୍ତରରେ ଦେଶ ମଜବୁତ୍ ହେବ । ସେହି ଔଦ୍ୟୋଗିକ ସଂସ୍ଥାପନକୁ ଦୃଢ଼ତାର ସହ ସୁରକ୍ଷା ପ୍ରଦାନ କରୁଛି ସିଆଇଏସଏଫ । ସିଆଇଏସଏଫ ଯବାନଙ୍କ ଚେହେରାରେ ଆଜି ଖୁସି ଦେଖା ଯାଉଛି । ସେହିପରି ସିଆଇଏସଏଫ ବିନା ଦେଶର କୌଣସି ବି ଉଦ୍ୟୋଗର ବିକାଶ ହୋଇପାରିବ ନାହିଁ । ଏବେ ଦେଶର ସବୁ ବନ୍ଦରର ସୁରକ୍ଷା ସିଆଇଏସଏଫ କୁ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାର ଏହି ପବିତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିକୁ ଆସି ମୁଁ ଗର୍ବିତ । କଟକ ହେଉଛି ନେତାଜୀଙ୍କ ଜନ୍ମସ୍ଥାନ । ଏହା ଗୋଟିଏ ସୈନ୍ୟସ୍ଥଳୀ ଅଞ୍ଚଳ ଅଟେ । ସହିଦ ବାଜୀ ରାଉତଙ୍କ ସହ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ କରୁଛି । ସବୁ କ୍ଷେତ୍ରରେ ସିଆଇଏସଏଫ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି । ୨୦୪୭ ସୁଦ୍ଧା ଦେଶ ଗୋଟିଏ ଦୃଢ଼ ଆର୍ôଥକ ମଜବୁତ୍ ରାଷ୍ଟ୍ର ଭାବେ ଗଠନ ହେବ ବୋଲି ଗୃହମନ୍ତ୍ରୀ କହିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସିଆଇଏସଏଫ ର ଅବଦାନ ଅତୁଳନୀୟ । ଏହି ଅର୍ଦ୍ଧ ସାମରିକ ବାହିନୀକୁ ଆହୁରି ମଜବୁତ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ ବୋଲି ଆଜି ମୁଣ୍ଡଳୀ ଠାରେ ଆୟୋଜିତ ପ୍ରତିଷ୍ଠା ଦିବସ ଅବସରରେ କହିଛନ୍ତି ଶାହ । ତା ସହିତ ନକ୍ସଲବାଦକୁ କଡ୍ଡା ତଥା ଶେଷ ଚେତାବନୀ ଦେଇଛନ୍ତି ଅମିତ ଶାହ । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ ବୋଲି ଆଜି ପୁଣିଥରେ ଦୋହରାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ । ଦେଶର ୩୬୧ଟି ଶିଳ୍ପ କ୍ଷେତ୍ରର ସୁରକ୍ଷା ଦାୟିତ୍ୱ ସମ୍ପାଦନ କରୁଛି ସିଆଇଏସଏଫ । ତା ସହିତ ୩୧ଟି ବିମାନ ବନ୍ଦର ସମେତ ଦେଶ ସଂସଦର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ସିଆଇଏସଏଫ ର ବୀର ଯବାନମାନେ । ଏହା ବ୍ୟତିତ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା, ଯଥା ଆତଙ୍କବାଦର ମୁକାବିଲା, ନକ୍ସଲ ଅପରେସନ ଏବଂ ସବୁ ପ୍ରକାରର ଅପାତକାଳୀନ ସ୍ଥିତିର ମୁକାବିଲା ପାଇଁ ସିଆଇଏସଏଫ ପ୍ରସ୍ତୁତ ହୋଇ ରହିଛି । ଏହି ଅବସରରେ ସିଆଇଏସଏଫର ସମସ୍ତ ଦୁଃଶାହାସିକ କାର୍ଯ୍ୟର ଆଜି ଗୋଟିଏ ଗୋଟିଏ ଝଲକ ଦେଖିବାକୁ ମିଳିଥିଲା ମୁଣ୍ଡଳୀ ସ୍ଥିତ ଟ୍ରେନିଂ କ୍ୟାମ୍ପରେ । ଭିଭିଆଇପି ସୁରକ୍ଷା ଏବଂ ଆତଙ୍କବାଦ ମୁକାବିଲା, ହାଇଜାକ ହୋଇଥିବା ଯାତ୍ରୀବାହୀ ବିମାନର ସଫଳ ଉଦ୍ଧାର ସହିତ ଆହୁରି ଅନେକ ଦୁଃଶାହସିକ କାର୍ଯ୍ୟର ଡେମୋ ଆଜି ସିଆଇଏସଏଫ କ୍ୟାମ୍ପ ପରିସରରେ ଦେଖିବାକୁ ମିଳିଛି । ସେହିପରି ଆତଙ୍କବାଦୀଙ୍କ କବଳରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଭଳି, ଅନେକ ଦୁଃଶାସିକ ପ୍ରଦର୍ଶନ କରିଥିଲେ ଯବାନ ମାନେ । ଓଡ଼ିଶାରେ ଏପରି କାର୍ଯ୍ୟକ୍ରମ ପ୍ରଥମ ଥର ହୋଇଥିବା ବେଳେ ଆତଙ୍କବାଦ ଭଳି କଡ଼ା ପରିସ୍ଥିତିର ମୁକାବିଲା ପାଇଁ ସିଆଇଏସଏଫ ସମ୍ପୂର୍ଣ ପ୍ରସ୍ତୁତ ଥିବା ବରିଷ୍ଠ ଅଧିକରୀମାନେ କହିଛନ୍ତି ।ସେହିପରି ୧୨ ହଜାର ୫୦୦ ମହିଳା ସିଆଇଏସଏଫ ରେ ଯୋଗ ଦେଇ ସାରିଛନ୍ତି । ତେଣୁ ହରିୟାଣାରେ କେବଳ ମହିଳା ଯବାନମାନଙ୍କ ଲାଗି ଏକ ବାଟାଲିୟନ ଖୋଲିବ ବୋଲି କହିଛନ୍ତି ଶାହା।
