ପୁରୀ: ଆଜି ଅପରାହ୍ଣରେ ନୀଳ ଚକ୍ର ଉପରେ ଏକ ଚିଲ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପତିତପାବନ ବାନା ଉପରେ କିଛି ସମୟ ଧରି ବସିଥିଲା ଚିଲ । ଏନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଶ୍ରୀମନ୍ଦିର ଉପରେ କିଛି ସମୟଉଡ଼ିବା ପରେଚିଲଟି ପତିତପାବନ ବାନା ଉପରେ ବସିଥିଲା। କିଛି ସମୟ ବସିବା ପରେ ପୁଣି ଉଡ଼ିଯାଇଥିଲା। ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କିଛି ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି । ପତିତପାବନ ବାନା ଉପରେ ଚିଲ ବସିଲେ ଦେଶରେ ବିପର୍ଯ୍ୟୟ ଆସେ ବୋଲି କହିଛନ୍ତି । ଅନ୍ୟପଟେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତ ମତ ରଖିଛନ୍ତି । ଏପରି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଅନେକ ଥର ଶ୍ରୀମନ୍ଦିର ନୀଳଚକ୍ରରେ ଚିଲ ବସିଥିବା ଦେଖିବାକୁ ମିଳିଛି ।
