ଚଣ୍ଡିଖୋଲ: ଗଛକୁ ସୁରକ୍ଷା ଦେଇ ବଞ୍ଚାଇରଖିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରି ଏହାକୁ କାର୍ଯ୍ୟକାରି କରିବାକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ବଡ଼ଚଣା ବ୍ଲକ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖାଦେଇଥିବା ଅଭିଯୋଗ ହୋଇଛି କ୍ଷ ବଡ଼ଚଣା ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ରୁ ଚଣ୍ଡିଖୋଲ କୁ ଯିବା ରାସ୍ତାରେ ରାଜପଥ କର୍ତ୍ତୃପକ୍ଷ ଦ୍ୱାରା ବିପୁଳ ପରିମାଣରେ ହଜାର ହଜାର ଗଛ ଲଗାଯାଇଥିଲା କ୍ଷ ତେବେ ବଡ଼ଚଣା ବିଦ୍ୟୁତ କର୍ତ୍ତୃପକ୍ଷ କୌଣସି କମ୍ପାନୀକୁ ବିଦ୍ୟୁତ ଯୋଗାଣ ପାଇଁ ନୂଆ ଖୁଣ୍ଟ ସହିତ ନୂଆ ତାର ଟଣାଯାଉଛି କ୍ଷ ଏହି କାର୍ଯ୍ୟରେ ଜାତୀୟ ରାଜପଥରେ ଥିବା ଗଛ ଗୁଡିକ ବାଧକ ସୃଷ୍ଟି କରୁଥିବାରୁ ଏହାକୁ ଦ୍ୟାୁତରେ ଥିବା ଠିକାଦାର ଶହଶହ ଗଛର ଡ଼ାଳ ଗୁଡିକ ହାଣିବା ପରେ ନୂଆକରୀ ପୋତା ଯାଇଥିବା ବିଦ୍ୟୁତ ଖୁଣ୍ଟରେ ତାର ଟଣା ଯାଇଥିଲା କ୍ଷ ଯଦି ଘରୋଇ କମ୍ପାନୀ କୁ ବିଦ୍ୟୁତ ଯୋଗାଣ ଦେବାକୁ ଜାତୀୟ ରାଜପଥରୁ ଶହଶହ ଗଛ କାଟାଯାଉଛି ତେବେ ରାଜ୍ୟ ସରକାର କଣ ପାଇଁ ଏଥିପ୍ରତି କାର୍ଯାନୁଷ୍ଠାନ ନେଉନାହାନ୍ତି ଏହାକୁ ନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହେଉଛି କ୍ଷ ଏବିଷୟରେ କଟକ ଅଧିନସ୍ତ ଡାଲିଯୋଡ଼ା ରେଞ୍ଜର ଙ୍କୁ ପଚାରିବାରୁ ସେ କହିଲେ କି ଆମ ଠାରୁ କୌଣସି ଅନୁମତି ନେଇନାହାନ୍ତି କିନ୍ତୁ ଆମର ନିୟମ ଅଛି କି ଯଦି କୌଣସି ବିଦ୍ୟୁତ ଯୋଗାଣରେ ଗଛ ବାଧକ ସୃଷ୍ଟି କରେ ତେବେ ସେହି ଗଛର ଡ଼ାଳ ଗୁଡିକୁ କାତାଯାଇ ପାରିବ କିନ୍ତୁ ଗଛ ମୂଳରୁ ହଣା ଯାଇପାରିବ ନାହିଁ କ୍ଷ ତେବେ କମ୍ପାନୀକୁ ସହଯୋଗ କରି ଜାତୀୟ ରାଜପଥରୁ ଗଛ କାଟି ବିଦ୍ୟୁତ ଯୋଗାଣ କରାଯାଉଛି ତାହାହେଲେ ସରକାର ସ୍ତରରେ ଏପରି ଆଇନ କାହିଁକି କରାଯାଉଛି ବୋଲି ଅନେକ ସାଧାରଣ ଜନତା ନାପସନ୍ଦ କରିଛନ୍ତି କ୍ଷ ବଡ଼ଚଣା ବିଦ୍ୟୁତ ଏସଡ଼ିଓ ଙ୍କୁ ପଚାରିବାରୁ ସେ ଆଜି ଛୁଟିରେ ଥିବା କହିଥିଲେ କ୍ଷ କିନ୍ତୁ ଜାତୀୟ ରାଜପଥ ଅଧିକାରି ସିଦାର୍ଥ ବାବୁଙ୍କୁ ପଚାରିବାରୁ ବିଦ୍ୟୁତ ତାର ଟାଣିବା ପାଇଁ ଜାତୀୟ ରାଜପଥ ରୁ ଗଛ କାଟିବା ଉଚିତ ନୁହେଁ ବୋଲି କହିଥିଲେ କ୍ଷ ତେବେ ଏହାର ତଦନ୍ତ କରିବାକୁ ସମାଜସେବୀ କିଶୋର ବାରିକ ଦାବି କରିଛନ୍ତି କ୍ଷ
