ଫୁଲବାଣୀ: କନ୍ଧମାଳ ଜିଲ୍ଲା କଂଗ୍ରେସ ଇ କମିଟି ଫୁଲବାଣୀ ସଭାପତି ଚନ୍ଦ୍ର ଶେଖର ପରିଡା ଙ୍କ ନେତୃତ୍ୱରେ ନୀଟ ଛାତ୍ରଙ୍କୁ ଦିଲ୍ଲୀ ରେ ପେପର ଲିକ ଦୁର୍ନୀତି ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବୀ କରୁ ଥିବା ଛାତ୍ର ଛାତ୍ରୀଙ୍କୁ ଲାଠି ଚାର୍ଜ କରାଯିବା, ଛାତ୍ରୀ ମାନଙ୍କୁ ମାଡ଼ ସହ ପୋଷାକ ଫାଡ଼ି ଦେବା ସହ କଂଗ୍ରେସ ନେତାଙ୍କୁ ଗିରଫ ପ୍ରତିବାଦରେ ଶତାଧିକ କର୍ମୀ ପ୍ରତିବାଦ କରିଥିଲେ। କଂଗ୍ରେସ କର୍ମୀ, ଛାତ୍ର, ଯୁବ ନେତା, ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ପ୍ଲାକାର୍ଡ ଧରି ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ, ହୋମ ମିନିଷ୍ଟର ଅମିତ ଶାହା,ଓ ପ୍ରଧାନ ମନ୍ତ୍ରୀ ଙ୍କ ଇସ୍ତଫା ଦାବୀ କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ପବନଖେଡା ଙ୍କ ଗିରଫଦାରୀ କୁ ନିନ୍ଦନୀୟ ବୋଲି ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡା କହିଥିଲେ। ଗଣତନ୍ତ୍ର କୁ ହତ୍ୟା କରିଛି କେନ୍ଦ୍ର ସରକାର ବେଟି ବଚାଓ,ବେଟି ପଢ଼ାଓ ,ଓ ଯୁବକ ମାନେ ଦେଶର ଭବିଷ୍ୟତ କହୁଥିବା ବିଜେପି ସରକାର ଛାତ୍ର ଛାତ୍ରୀକୁ ସଂହାର କରୁଛି ବୋଲି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କହି ଏକ ରାଲି ରେ କେନ୍ଦ୍ର ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଉକ୍ତ ରାଲି ଶୋଭାଯାତ୍ରା ରେ ଜିଲ୍ଲା ଜାତୀୟ କଂଗ୍ରେସ କର୍ମକର୍ତ୍ତା ରଜତ ମହାନ୍ତି, ସରୋଜ ପ୍ରଧାନ, ନନ୍ଦ କିଶୋର ଦାସ, ବସନ୍ତ ପାଢ଼ୀ, ହେମନ୍ତ କର, ବିଜୟ ମହାନ୍ତି ଓ ୧୨ ଟି ବ୍ଲକ ର ସଭାପତି , ସମିତି ସଭାପତି, ସରପଞ୍ଚ ଓ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
