ବାଲିଗୁଡା: ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଏବଂ ଅନ୍ତର୍ଜାତୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଇକାଡା)ଙ୍କ ମିଳିତ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାରେ ବିଲୁପ୍ତ ପ୍ରାୟ ଫସଲ ସମୂହର ପୁନଃରୁଦ୍ଧାର ଓ ସ୍ଥାୟୀ ସଘନ କୃଷି ଯଜନା ମାଧ୍ୟମରେ ହରଡ ଚାଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଜି ଏହି କାର୍ଯ୍ୟକ୍ରମର ପରମ୍ଭିକ ପ୍ରଯ୍ୟୟରେ କ ନୂଆଗାଁ ବ୍ଲକ ଅନ୍ତର୍ଗତ ରାଜଘରା ଠାରେ କୃଷକ ମାନଙ୍କ ଦକ୍ଷତା ବିକାଶ ଓ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା,

ସ୍ଥାନୀୟ କୃଷି ଜିଲ୍ଲା ଅଧିକାରୀ ଶୁଭଶ୍ରୀ ବନ୍ଦିତା ଓ ସହକାରୀ କୃଷି ଅଧିକାରୀ ଶୁଭେନ୍ଦୁ ମହନଦ ଉପସ୍ଥିତ କୃଷକ ମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ହରଡ ଚାଷ ସମ୍ପର୍କିତ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ, ଇକାର୍ଡର ଜିଲ୍ଲା ସଂଯୋଜକ ଜ୍ଞାନପ୍ରକାଶ ବାରିକ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହାପରେ ୩୫ ଜଣ ଅଗ୍ରଣୀ ଚାଷୀମାନଙ୍କୁ ଅଧିକ ଅମଳକ୍ଷମ ପ୍ରମାଣିକୃତ ହରଡ ବିହନ ବଣ୍ଟନ ଓ ହରଡ ଚାଷ ସାମ୍ପର୍କିତ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା ।

ଶେଷରେ ବ୍ଲକ ସଂଯୋଜକ ଅମୁଲ୍ୟ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ କୃତଜ୍ଞତା ଜ୍ଞାପନ କରିଥିଲେ । ଇକାର୍ଡ ଅନୁଷ୍ଠାନ ଦ୍ୱାରା ଗାଁ ଗାଁ ରେ କୃଷକ ମାନଙ୍କୁ ପ୍ରଶିକ୍ଷଣ ଦେବା ଓ ବିନା ମୂଲ୍ୟରେ କୃଷି ସାମଗ୍ରୀ ଯୋଗାଇଦେବାର ଏହି ଅଭିନୟ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।
