ବାରିପଦା; ମୟୂରଭଞ୍ଜ ଜିଲ୍ଲା,ରାସଗୋବିନ୍ଦପୁର ରେଞ୍ଜ, ପୋଡାପୋଡା ଠାରେ ହାତୀ ପଲଙ୍କ ଆକ୍ରମଣରେ
ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ ନାମ କାଳିଆ ହେମ୍ବ୍ରମ । ହାତୀ ପଲ କାଳିଆ ଙ୍କୁ ଦଳିବା ପରେ ମଧ୍ୟ ଘେରି ରହିଥିବା ର ଜଣାପଡିଛି । ଦୀର୍ଘ ସମୟ ପରେ ମୃତ କାଳିଆ ପାଖରୁ ହାତୀ ପଲ ଯାଇଥିଲେ । ପରେ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ମୃତ କାଳିଆ କୁ ଉଦ୍ଧାର କରିଥିଲେ । ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ଆକ୍ରମଣରେ ତେଲକୁଣ୍ଡି ଗ୍ରାମର ଶ୍ୟାମ ମାରାଣ୍ଡି ଙ୍କ ଘର କୁ ଭାଙ୍ଗିଥିଲେ । ଉକ୍ତ ଅଞ୍ଚଳରେ ୪୫ଟି ହାତୀ ଥିବା ର ଜଣାପଡ଼ିଛି । ହାତୀ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
