ଚଣ୍ଡିଖୋଲ: ଜଣେ ବାଳିକା ହୋଟେଲ ସମ୍ମୁଖରେ ଖାଇବାକୁ ଯାଉଥିବା ସମୟରେ ଦୁଇଜଣ ମୋବାଇଲ ଲୁଟେରା ତାଙ୍କ ମୋବାଇଲ କୁ ଚମ୍ପଟ ପାରିଥିଲା ଏବଂ ପରଦିନ ପୁଲିସ ଉକ୍ତ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଥିଲା କ୍ଷ ସୂଚନା ଅନୁସାରେ ଗତ ୧୯ ତାରିଖ ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମର ସରଗୁରା ମିର୍ଦ୍ଦାଙ୍କ ପରିବାର ଘଟଗାଁ ତାରିଣୀ ଦର୍ଶନ କରି ଫେରୁଥିଲେ କ୍ଷ ଏହି ସମୟରେ ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଅପସରା ହୋଟେଲକୁ ଖାଇବାକୁ ଯାଉଥିବା ବେଳେ ସରଗୁଲା ମିର୍ଦ୍ଦଙ୍କ ଝିଅ ଲିପ୍ସା(୨୦) ନିଜ ମୋବାଇଲରେ ଗପୁଥିବା ସମୟରେ ହଠାତ ଦୁଇଜଣ ଯୁବକ ୟାମା ମଟର ସାଇକଲରେ ଆସି ଲିପ୍ସାଙ୍କ ମୋବାଇଲ କୁ ଛଡ଼ାଇ ନେଇଯାଇଥିଲେ କ୍ଷ ପରେ ଲିପ୍ସା ବଡ଼ଚଣା ଥାନାକୁ ଯାଇ ଏକ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ମୋବାଇଲ ଲୋକେସନ ଦ୍ୱାରା କଟକ ଜିଲ୍ଲା ସାଲେପୁର ଥାନା ଅଧିନସ୍ଥ ତିଲଦା ଗାଁରେ ପହଂଚି ମୋବାଇଲ ଲୁଟ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ କ୍ଷ ଲିପ୍ସାଙ୍କ ଲୁଟ ମୋବାଇଲ ଧରିବା ସହିତ ଆହୁରି ୧୧ଟି ମୋବାଇଲ ଲୁଟ କରିଥିବା ସ୍ୱୀକାର କରିଥିଲେ ଏବଂ ସମସ୍ତ ମୋବାଇଲ କୁ ପୁଲିସ ଜବତ କରିବା ସହିତ ଲୁଟରେ ବ୍ୟବହାର କରିଥିବା ବାଇକକୁ ମଧ୍ୟ ପୁଲିସ ଜବତ କରି ଥାନାକୁ ଆଣିଥିଲେ କ୍ଷ ଗିରଫ ହୋଇଥିବା ଲୁଟେରା ହେଲେ ତିଲଦା ଗ୍ରାମର ସେକ ଅଲିମୁଦ୍ଦିମଙ୍କ ପୁଅ ସୟଦ ଅଲ୍ଲୀ ଅଜିମୁଦ୍ଦିନ(୩୦) ଏବଂ ସେକ ନୟାମୁଦ୍ଦିନ(୪୫) କ୍ଷ ଏହି ଲୁଟେରାଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି କ୍ଷ ପୁଲିସ ୨୫୪/୨୬ ରେ ମାମଲା ୠଜୁ କରିବା ସହିତ କେଶ ତଦନ୍ତ ଭାର ଏଏସଆଇ ସୁବ୍ରତ କୁମାର ପ୍ରଧାନଙ୍କୁ ଦିଆଯାଇଛି ଏବଂ ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି କ୍ଷ
