ପୁରୀ: ରବିବାର ଅପରାହ୍ନରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆଡପ ଅବଢା ପାଇ ଭକ୍ତମାନେ ଆନନ୍ଦିତ ହୋଇଛନ୍ତି । ଆଜିଠାରୁ ଛଅ ଦିନ ପର୍ଯ୍ୟନ୍ତ ଆଡପ ଅବଢା ଭକ୍ତମାନେ ପାଇ ପାରିବେ । ଆଡପ ଅବଢା ପାଇଁ ପୂର୍ବରୁ ସୁଆର ମହାସୁଆର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଆଡପପଣ୍ଡପ ନିକଟରେ ମା ବିମଳାଙ୍କ ଖମ୍ବ ରହିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭୋଗ ପରେ ମା ବିମଳାଙ୍କୁ ସମର୍ପଣ କରାଯାଏ ପରେ ଏହା ମହାପ୍ରସାଦ ଭାବେ ଭକ୍ତ ମାନେ ସେବନ କରିଥାନ୍ତି । ଆଡପ ଅବଢା ବ୍ରାହ୍ମଣ ଭୋଜନ କରାଇ ଦାନ ଦକ୍ଷିଣା ଦେଲେ ମହାପୂଣ୍ଯ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ଆଡପମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ, ସହ ଆଡପ ଅବଢା ବ୍ରାହ୍ମଣ ଭୋଜନ ସେବନ କରାଇଲେ କୋଟିପୂଣ୍ୟ ମିଳିଥାଏ । ସାଧା ଅନ୍ନ, ଘିଅ ଅନ୍ନ,ଖେଚୁଡି, ଡାଲି,ମିଠାଡାଲି, ଡାଲମା, ବେସର, ମହୁର,ଶାଗ, ଆଦି ବିଭିନ୍ନ ସୁସ୍ୱାଦ ପ୍ରସାଦ ସେବନ କରି ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦିତ । ହଜାର ହଜାର ଭକ୍ତ ସିଂହଦ୍ୱାର ଦ୍ୱାର ଦେଇ ଆଡପ ଦର୍ଶନ କରିବା ସହ ନାକଚଣା ଦ୍ୱାର ଦେଇ ଅବଢା ଧରି ଘରକୁ ଫେରୁଥିବା ଦେଖାଯାଇଛି ।
