କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଅବକାରୀ ବିଭାଗ ପକ୍ଷରୁ ଶନିବାର ଖଲିଗଡ଼ ଜଙ୍ଗଲ ନାଲାରେ ଚଢ଼ାଉ କରାଯାଇଛି ଓ ମହୁଲ ପୋଚ ଓ ହାତରନ୍ଧା ମଦ ନଷ୍ଟ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ । କୋକସରା ଅବକାରୀ ଥାନା ଓଆଇସି ସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ଚଢ଼ାଉ କରା ଯାଇଥିବା ବେଳେ ୧୮ କ୍ୟୁଣ୍ଟାଲ ମହୁଲ ପୋଚ ଓ ଏକ ଶହ ଲିଟର ଦେଶୀ ହାତରନ୍ଧା ମଦ ସହ ମଦ ତିଆରି ସାମଗ୍ରୀ ନଷ୍ଟ କରାଯାଇଛି। କୌଣସି ପ୍ରକାରେ ଖବର ପାଇ ମଦ ରାନ୍ଧୁଥିବା ଲୋକମାନେ ସେଠାରୁ ଫେରାର ହୋଇଥିବା ସୂଚନା ମିଳିଛି ଓ ଏହି ଚଢ଼ାଉରେ କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ସମେତ ଜୟପାଟଣା ଓଆଇସି ସୁରେଶ ଭୋଇ, ଏଇ ସୌମ୍ୟ ରଞ୍ଜନ ମାଝୀ, ମୋବାଇଲ ୟୁନିଟ୍ ଏସ୍?ଆଇ ସତ୍ୟ ନାରାୟଣ ପ୍ରଧାନ ଓ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ ।
