filter: 0; fileterIntensity: 0.0; filterMask: 0; module: portrait;hw-remosaic: false;touch: (-1.0, -1.0);sceneMode: 2;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;HdrStatus: auto;albedo: ;confidence: ;motionLevel: -1;weatherinfo: null;temperature: 35;
ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ଟ୍ରାଫିକ ଅବ୍ୟବସ୍ଥା ଲାଗି ରହିଥିବା ଯୋଗୁଁ ସହରର ବିଭିନ୍ନ ମୂଖ୍ୟ ରାସ୍ତା ଗୁଡ଼ିକରେ ଛୋଟ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହେବାସହ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଲାଗି ରହୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପାରାଦୀପ ଆଦର୍ଶ ଥାନା ସମ୍ମୁଖ ଗୋଲେଇ ଛକ (ଚାରି ଛକ)ରେ ଯାତ୍ରୀବାହୀ ବସ ସମେତ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି) ରେ ନିୟୋଜିତ ବିଭିନ୍ନ ପଣ୍ୟବାହୀ ଭାରୀଯାନ ଗୁଡ଼ିକ ବେଆଇନ ଭାବେ ଦିନ ଦିନ ଧରି ପାର୍କିଂ କରି ରହୁଥିବା ଦେଖିବାକୁ ମିଳୁଛି । ପୋଲିସର ନାକ,ନିଶ ତଳେ ଭାରିଯାନ ଗୁଡ଼ିକ ଏଭଳି ବେଧଡକ ପାର୍କିଂ କରି ରହୁଥିବା ସତ୍ତ୍ୱେ ସେମାନଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ କିନ୍ତୁ ନିଦା ବିଷ୍ଣୁ ସାଜି ବସିଛି । ଏଠାରେ କହିବା ବାହୁଲ୍ୟ ଯେ, ପାରାଦୀପ ଆଦର୍ଶ ଥାନା ସମ୍ମୁଖ ଗୋଲେଇ ଛକ ବାଟ ଦେଇ ବନ୍ଦର ନିଷିଦ୍ଧାଞ୍ଚଳ ୪ ନମ୍ବର ଫାଟକ ଭିତରକୁ ବନ୍ଦର ସମେତ ବିଭିନ୍ନ କମ୍ପାନୀର କର୍ମଚାରୀ ଓ ଶ୍ରମିକ ମାନେ ଦୈନନ୍ଦିନ ତିନି ସିପ୍ଟରେ ଯାତାୟତ କରୁଥିବା ବେଳେ ପାରାଦୀପ ବସ ଷ୍ଟାଣ୍ଡ, ଶାରଳା ମନ୍ଦିର, ହନୁମାନ ମନ୍ଦିର, ମେରାଇନ ଡ୍ରାଇଭ, ଓ ସହରର ମୂଖ୍ୟ ମାର୍କେଟ ବଡପଡ଼ିଆକୁ ସ୍ଥାନୀୟ ଜନସାଧାରଣଙ୍କ ସମେତ ସହରର ଆଖ ପାଖ ଲୋକେ ଦିନ ରାତି ଯିବା ଆସିବା କରିଥାନ୍ତି । ଏଭଳି ସମ୍ବେଦନଶିଳ ଛକରେ ସମ୍ଭାବ୍ୟ ଦୁର୍ଘଟଣା ରୋକିବା ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ଏହି ଚାରିଛକର ମଧ୍ୟ ସ୍ଥଳୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୋଲାକାର ଟ୍ରାଫିକ ପଏଣ୍ଟ କରାଯାଇଛି । ହେଲେ ସ୍ଥାନୀୟ ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ସେଠାରେ ଟ୍ରାଫିକ ପୋଲିସ ମୁତୟନ କରିବା ତ ଦୂରର କଥା ବରଂ ଉକ୍ତ ଛକ ନିକଟରେ ବେଆଇନ ପାର୍କିଂ କରୁଥିବା ଭାରୀଯାନ ଗୁଡ଼ିକ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଥିବା ଅନୁଭୂତ ହେଉଛି । ଯାହା ଫଳରେ ଉକ୍ତ ଛକରେ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଘଟି ଖାଲି ଯେ ଧନ ଜୀବନ ହାନି ଘଟି ଚାଲିଛି ତା ନୁହେଁ ବରଂ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଲାଗି ରହିବା ହେତୁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଷର । ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ସ୍ୱରୂପ ଉକ୍ତ ଛକ ଚାରି ପାର୍ଶ୍ୱରେ ହମ୍ପସ ନିର୍ମାଣ କରିବା ସହିତ ବେଆଇନ ଭାରୀଯାନ ପାର୍କିଂ ହଟେଇ ବା ନିମନ୍ତେ ପାରାଦୀପର ଅଗ୍ରଣୀ ପରିବେଶ ଧର୍ମୀ ଅନୁଷ୍ଠାନ ଗ୍ରୀନ ପାରାଦୀପ ଟ୍ରଷ୍ଟ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସହିତ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ବାରମ୍ବାର ଖବର ପ୍ରକାଶ ପାଇବା ସତ୍ତ୍ୱେ ବନ୍ଦର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସେଥିପ୍ରତି ନଜର ଅନ୍ଦାଜ କରି ଚାଲିଛନ୍ତି,ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ନେଡି ଗୁଡ କହୁଣୀକୁ ବୋହି ଯିବା ପୂର୍ବରୁ ଏ ଦିଗରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରା ନ ଗଲେ କେତେ ବେଳେ ଯେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବ,ସେଭଳି ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ନ ପାରେ ।
