କବିସୂର୍ଯ୍ୟନଗର : ଗଞ୍ଜାମ କବିସୂର୍ଯ୍ୟନଗର ସହରର ଘାଟ ପାଇକ ସାହିରେ ଚଞ୍ଚଲ୍ୟ ।ଲୁଟ ଲାଗି ୍ୱୃଦ୍ଧା କୁ ହତ୍ୟା ଅଭିଯୋଗ । ମୃତ ବୃଦ୍ଧା ଜଣକ ପ୍ରତିମା ଜେନା ହୋଇଥିବା ବେଳେ ଘରେ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ପ୍ରତିମା ଙ୍କ ପୁଅ ଝିଅ କେହି ନଥିବା ବେଳେ ସେ ଘରେ ଏକା ରହୁଥିଲେ । ଗତ ରାତିରେ ପାଖାପାଖି ୧୧ ଟା ପର୍ଯ୍ୟନ୍ତ ବାରଣ୍ଡାରେ ବସି ସେ ସମ୍ପର୍କୀୟ ଙ୍କ ସହ କଥା ହୋଇ ଶୋଇବାକୁ ଯାଇଥିବା ବେଳେ ଆଜି ସକାଳୁ ଘର କବାଟ ଖୋଲାଥିବା ସମ୍ପର୍କୀୟ ମାନେ ଦେଖିଥିଲେ । ଘରେ ଯାଇ ଦେଖିଲା ବେଳେକୁ ପ୍ରତିମା ଙ୍କ ମୃତଦେହ ଖଟ ତଳେ ପଡିବା ରହିବା ସହ ସେ ପିନ୍ଧିଥିବା ସୁନା ହାର, କାନର,ଚିଡି ନାହିଁ । ଏବଂ ଘର ଗଡ଼ରେଜ କବାଟ ଖୋଲା ପଡିଛି । ଲୁଟ ପାଇଁ ହତ୍ୟା କରାଯାଇଥିବା ସନ୍ଦେହକରୀ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ । କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ।
