ବ୍ରହ୍ମପୁର /ଚିକିଟି : ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ, ପରମାଣୁ ଶକ୍ତି ବିଭାଗ (ଊଇଋ) ଅଧୀନରେ ଥିବା ପ୍ରମୁଖ କେନ୍ଦ୍ରୀୟ ପି.ଏସ.ୟୁ ‘ଆଇ.ଆର.ଇ.ଏଲ (ଇଣ୍ଡିଆ) ଲିମିଟେଡ୍’ ପକ୍ଷରୁ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଚାରୋଟି ମହିନ୍ଦ୍ରା ବୋଲେରୋ ଗାଡ଼ି ପ୍ରଦାନ କରାଯାଇଛି। ଆଇ.ଆର.ଇ.ଏଲ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ଉଗଊ) ଶ୍ରୀ ଶାରଦା ଭୂଷଣ ମହାନ୍ତି ଏବଂ ଶ୍ରୀ ସି.ଭି.ଆର ମୂର୍ତ୍ତି ମହାପ୍ରବନ୍ଧକ ଏବଂ ପ୍ରଧାନ, ଅସକୋମ ଙ୍କ ଉପସ୍ଥିତିରେ ଏହି ଗାଡ଼ିଗୁଡ଼ିକର ଚାବି ପୁରୀର ଅତିରିକ୍ତ ଏସ.ପି ଶ୍ରୀ ସଚିନ ପଟେଲଙ୍କୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିଛନ୍ତି।ଏହି ଅବସରରେ ସି.ଏମ.ଡି ଶ୍ରୀ ଶାରଦା ଭୂଷଣ ମହାନ୍ତି କହିଛନ୍ତି ଯେ, କମ୍ପାନୀ ଆକ୍ଟ ୨୦୧୩ ର ଧାରା ୧୩୫ ଅନୁଯାୟୀ ଏକ ଲାଭଜନକ କେନ୍ଦ୍ରୀୟ ସଂସ୍ଥା ଭାବେ ଆଇ.ଆର.ଇ.ଏଲ ନିଜର ଶୁଦ୍ଧ ଲାଭର ୨ ପ୍ରତିଶତ ସାମାଜିକ ଦାୟିତ୍ୱବୋଧ (ଉଝଜ) ପାଣ୍ଠି ମାଧ୍ୟମରେ ଜନକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରୁଛି। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, “ବର୍ତ୍ତମାନ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଓ ଦୁର୍ଲଭ ଖଣିଜ ପଦାର୍ଥ ଉତ୍ତୋଳନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଆଇ.ଆର.ଇ.ଏଲ ଏହି ଅଞ୍ଚଳରେ ଏହାର ବିଚ୍ ସ୍ୟାଣ୍ଡ ମିନେରାଲ୍ସ (ଈଝଗ) ମାଇନିଂ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି। ଏହି ପ୍ରକଳ୍ପରୁ ‘ମୋନାଜାଇଟ୍’ ମିଳିବ, ଯାହା ସ୍ଥାୟୀ ଚୁମ୍ବକ (ଚରକ୍ସଜ୍ଞବଦ୍ଭରଦ୍ଭଗ୍ଧ ଗବଶଦ୍ଭରଗ୍ଧଗ୍ଦ) ତିଆରି ପାଇଁ ବ୍ୟବହୃତ ହେଉଥିବା ମୁଖ୍ୟ ଉପାଦାନ ‘ଏନ.ଡି.ପି.ଆର ଅକ୍ସାଇଡ୍’ (ଘୟଚକ୍ସ ଙଙ୍ଘସୟର) ପ୍ରସ୍ତୁତ କରିବାରେ ପ୍ରମୁଖ ଉତ୍ସ ଅଟେ।”
ପୋଲିସ ପ୍ରଶାସନକୁ ପ୍ରଦାନ କରାଯାଇଥିବା ଏହି ବୋଲେରୋ

ଗାଡ଼ିଗୁଡ଼ିକ ମୁଖ୍ୟତଃ ନିମ୍ନଲିଖିତ କାର୍ଯ୍ୟରେ ସହାୟକ ହେବ:ପୋଲିସ ପାଟ୍ରୋଲିଂ: ସହର ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା। ଭିଡ଼ ନିୟନ୍ତ୍ରଣ: ପର୍ବପର୍ବାଣୀ ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ସୁପରିଚାଳନା କରିବା। ବିପର୍ଯ୍ୟୟ ପରିଚାଳନା: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତ୍ୱରିତ ସହାୟତା ପହଞ୍ଚାଇବା। ଜରୁରୀକାଳୀନ ସେବା: ଜନସାଧାରଣଙ୍କ ସୁରକ୍ଷା ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା। ଏହି ଜନହିତକର କାର୍ଯ୍ୟକ୍ରମ ପୁରୀରେ ଆଇଆରଇଏଲ୍ (ଓଜଋଖ)ର ଦୀର୍ଘ ଦିନର ସାମାଜିକ ପ୍ରତିବଦ୍ଧତା ଏବଂ ପ୍ରଭାବଶାଳୀ ଜନସେବା ଉପରେ ଆଧାରିତ। ପୂର୍ବରୁ କମ୍ପାନୀର ପ୍ରମୁଖ ସିଏସଆର (ଉଝଜ) ଅବଦାନ ମଧ୍ୟରେ ଘଣ୍ଟା ପ୍ରତି ୧,୦୦୦ ଲିଟର କ୍ଷମତା ବିଶିଷ୍ଟ ଆରଓ (ଜଙ) ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ, ଐତିହାସିକ ଅଲାରନାଥ ମନ୍ଦିର ଏବଂ ଚନ୍ଦନ ପୁଷ୍କରିଣୀରେ ଆଲୋକୀକରଣ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ସୌର ବିଦ୍ୟୁତ ସ୍ତମ୍ଭ (ସୋଲାର ଷ୍ଟ୍ରିଟ୍ ଲାଇଟ୍) ସ୍ଥାପନ ଅନ୍ତର୍ଭୁକ୍ତ। ଏହା ସହିତ ଟିଙ୍କରିଙ୍ଗ ଲ୍ଯାବ ପ୍ରତିଷ୍ଠା, ପ୍ରୋଟୋକଲ୍ ଉଇଙ୍ଗରେ ସେବା ଅଧିକାରୀଙ୍କ ନିୟୋଜନ ଏବଂ ପବିତ୍ର ସହରକୁ ଆସୁଥିବା ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଶ୍ରଦ୍ଧାଳୁଙ୍କ ସହଜ ଯାତାୟାତ ପାଇଁ ପରିବେଶ ଅନୁକୂଳ ବ୍ୟାଟେରୀ ଚାଳିତ ଯାନ ପ୍ରଦାନ କରାଯାଇଛି। ଏହି ପରମ୍ପରାକୁ ଆଗକୁ ବଢ଼ାଇ ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ୨୦୨୬ ଅବସରରେ ଓଜଋଖ ପକ୍ଷରୁ ୨୨,୦୦୦ ଭକ୍ତଙ୍କ ପାଇଁ ମାଗଣା ଅନ୍ନପ୍ରସାଦ ବଣ୍ଟନ ସହ ସୁରକ୍ଷିତ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି।
ଏହି ଅଭିନବ ପ୍ରୟାସ ମାଧ୍ୟମରେ ଆଇ.ଆର.ଇ.ଏଲ ଦେଶର ଖଣିଜ ସୁରକ୍ଷା କ୍ଷେତ୍ରରେ ଅବଦାନ ରଖିବା ସହିତ ସ୍ଥାନୀୟ ଅଞ୍ଚଳର ସାମାଜିକ ବିକାଶ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।
