ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଛତ୍ରଙ୍ଗ ଗାଁର ଗୁମ୍ଫା ଡ୍ୟାମ ର ଝରଣା ରେ ପଡି ଅଚେତ ଅବସ୍ଥାରେ ଫସି ରହିଥିଲେ ୨ ସାଙ୍ଗ ।ବିଳମ୍ବିତ ରାତିରେ ୨ ସାଙ୍ଗ କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗ । ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ଖଡ଼ିଆଳ କଲେଜ ରେ ପାଠ ପଢ଼ୁଥିବା ୪ ଜଣ ସାଙ୍ଗ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଛତରଦାଣ୍ଡି ଜଙ୍ଗଲ ପାଦ ଦେଶ ପରିସର ରେ ଛତ୍ରଙ୍ଗ ଗୁମ୍ଫା ଡ୍ୟାମ ଉପରେ ଥିବା ଝରଣା ରେ ବୁଲିବା ପାଇଁ ଆସି ଗାଧୋଉଥିବା ବେଳେ ଖସି ପଡି ପ୍ରାୟ ୬ ଶହ ମିଟର ତଳକୁ ଯାଇ ଅଚେତ ହୋଇ ପଡ଼ିଥିଲେ ୨ ସାଙ୍ଗ।ଅଚେତ ହୋଇଥିବା ୨ ଜଣ ଯୁବକ ନୂଆପଡା ଜିଲ୍ଲା କୋମନା ର ଦେବାଶିଷ୍ ପ୍ରଧାନ ଓ ଟିମନପୁର ଗାଁର କାହ୍ନା ଦଣ୍ଡସେନା ବୋଲି ସୂଚନା ମିଳିଛି । ପରେ ଅନ୍ୟ ୨ ସାଙ୍ଗ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ।

ସନ୍ଧ୍ୟା ରେ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ପହଞ୍ଚି ୩ କିଲୋ ମିଟର ଜଙ୍ଗଲ ଉପର କୁ ଚଢି ଷ୍ଟ୍ରେଚର ରେ ବିଳମ୍ବିତ ରାତ୍ରିରେ ଉଦ୍ଧାର କରିଥିଲେ । ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗ ର ଓଆଇସି ରଞ୍ଜିତ କେରକେଟା, ଡିକେଏଫଏଫ ଡିଲେଶ୍ୱର ସେଠିଆ,ଏଫଏଫ ଅଶୋକ କୁମାର ନାୟକ,ଦୁଷ୍ମନ୍ତ ମାଝୀ, ବୃଷଭ ସାହୁ, ରାଜକୁମାର ମାଝୀ ପ୍ରମୁଖ କର୍ମଚାରୀ ଙ୍କ ଉଦ୍ୟମ ରେ ଉଦ୍ଧାର କରି ନୂଆପଡା ଜିଲ୍ଲା ଖଡ଼ିଆଳ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।୪ ଜଣ ସାଙ୍ଗ ବୁଲିବାକୁ ଯାଇଥିବା ବେଳେ ୨ ଜଣ ସାଙ୍ଗ ଅଚେତ ହୋଇଯାଇଥିଲେ । ଏହି ଝରଣା କୁ ସବୁ ଦିନ ବିଭିନ୍ନ ସ୍ଥାନ ରୁ ଯୁବକ ମାନେ ଆସୁଥିବା ବେଳେ ସେଲ୍ଫି ଓ ଭିଡିଓ କରୁଥିବା ଯୋଗୁଁ ପାଣି ରେ ଖସି ପଡୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି ।
