କଟକ: କଟକ ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କଟକ ଜିଲ୍ଲା ଅବକାରୀ ବିଭାଗ, ନରସିଂହପୁର ତହସିଲଦାର ଏବଂ ଅଲରା ରାଜସ୍ୱ ନିରୀକ୍ଷକଙ୍କୁ ନେଇ ଗଠିତ ୪୦ ଜଣିଆ ସ୍ୱତନ୍ତ୍ର ଟିମର ମିଳିତ ସହଯୋଗରେ ନରସିଂହପୁର ଥାନା ଅନ୍ତର୍ଗତ ଜୟ-ଦାମୋଦରପୁର (ମୁଣ୍ଡାସାହି) ଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଉକ୍ତ ଗ୍ରାମରେ ବେଆଇନ ଭାବରେ ଚାଷ କରାଯାଇଥିବା ପ୍ରାୟ ୧ ଏକର ଜାଗାରେ ୪୩,୭୫୦ଟି ଅଫିମ ଗଛ ବରାମଦ କରି ଜବତ କରାଯାଇ ଘଟଣାସ୍ଥଳରେ ଅଫିମ ଗଛକୁ ମୂଳରୁ ଉପାଡି ପୋଡି ନଷ୍ଟ କରି ଦିଆଯାଇଥିଲା । ଉକ୍ତ ଜବତ ଅଫିମ ଗଛର ଆନୁମାନିକ ମୂଲ୍ୟ ୨୧,୮୭,୫୦,୦୦୦/- ଟଙ୍କା ବୋଲି ଅବକାରୀ ବିଭାଗର ଅଧିକ୍ଷକ କରୁଣା ଶଙ୍କର ତିୱାରୀ ସୂଚନା ଦେଇଛନ୍ତି। ଏହି ସଂକ୍ରାନ୍ତରେ ୩ ଟି ଏନଡ଼ିପିଏସ ମାମଲା ରୁଜୁ କରାଯାଇ ଉକ୍ତ ଗ୍ରାମରୁ ୬ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଏହି ଚଢାଉରେ ନରସିଂହପୁର ତହସିଲଦାର ଅମ୍ରିତା ସାହୁ, ଅଲରା ରାଜସ୍ୱ ନିରୀକ୍ଷକ ପ୍ରସଂଜିତ ମହାନ୍ତିଙ୍କ ସମେତ, ଅବକାରୀ ନିରୀକ୍ଷକ କମଳ ଲୋଚନ ପାଇକରାୟ, ରବିନାରାୟଣ ପ୍ରଧାନ, ଭକ୍ତ ବଶ୍ଚଳ ବର୍ମା, ଉପନିରୀକ୍ଷକ ତରୁଣ କୁମାର ପାତ୍ର, ଅକ୍ଷୟ କୁମାର ଜେନା, ଅବକାରୀ ସହ ଉପନୀରିକ୍ଷକ ସୌମ୍ୟ ରଞ୍ଜନ ବେହେରା, ବିଷ୍ଣୁ ପ୍ରସାଦ ମାଝି, ସରୋଜ କୁମାର ସାହୁ, ରାଜେନ୍ଦ୍ର ଖେସ୍ ସମେତ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ।
