filter: 0; fileterIntensity: 0.0; filterMask: 0; captureOrientation: 0; runfunc: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; motionR: 0; delta:null; module: video;hw-remosaic: false;touch: (-1.0, -1.0);sceneMode: null;cct_value: 0;AI_Scene: (-1, -1);aec_lux: 133.41736;aec_lux_index: 0;albedo: ;confidence: ;motionLevel: -1;weatherinfo: weather?null, icon:null, weatherInfo:100;temperature: 42;zeissColor: bright;
ପିପିଲ: ପୁରୀ ଜାତୀୟ ରାଜପଥର ନୂଆଶାସନ କଡିମଲ ଛକ ସ୍ଥିତ ଲକ୍ଷ୍ମୀ ନୃସିଂହ ପେଟ୍ରୋଲ ପମ୍ପ ସମ୍ମୁଖରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମର୍ଣ୍ଣିଂ ୱାକ୍ କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଓଡି ସିଜେଡ୍ ୪୭୬୪ ନମ୍ବର ବିଶିଷ୍ଟ ଏକ ହାଇଡ୍ରା ଗାଡ଼ି ପୁରୀ ଅଭିମୁଖେ ଯାଉଥିବା ବେଳେ ଯୁବକ ଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଥିଲେ । ମୃତକ ହେଲେ ନୂଆଶାସନ ଗ୍ରାମ ଦକ୍ଷିଣ ସାହିର ସୁଶିଲ କୁମାର ଷଡ଼ଙ୍ଗୀ (୩୫)। ସେ ପ୍ରତିଦିନ ଭଳି ସକାଳ ପ୍ରାୟ ସାଢ଼େ ୫ଟାରେ ଜାତୀୟ ରାଜପଥ କଡ଼ରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଏହି ହାଇଡ୍ରା ଗାଡ଼ି ତାଙ୍କୁ ଜୋରଦାର ଧକ୍କା ଦେଇ ଫେରାର ହୋଇଥିଲା। ଧକ୍କାରେ ସୁଶିଲ ରାସ୍ତା କଡ଼କୁ ଛିଟିକି ପଡ଼ି ଗୁରୁତର ଭାବେ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ଖବର ପାଇ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଓ ଏସଆଇ ସୁରମା ସ୍ୱାଇଁ ଏବଂ ଏଏସଆଇ ସୁମନ୍ତ କୁମାର ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆହତ ସୁଶିଲଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ପିପିଲି ସରକାରୀ ମେଡିକାଲକୁ ପଠାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ଭାଇ ସୁନିଲ ଷଡ଼ଙ୍ଗୀ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପୋଲିସ ଥାନା କେସ ନମ୍ବର ୪୪୪/୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ପୋଲିସ ବିଭିନ୍ନ ସ୍ଥାନରେ ଲାଗି ଥିବା ସିସିଟିଭି ଆଧାରରେ ଦୁର୍ଘଟଣା ଘଟାଇ ଫେରାର ଥିବା ହାଇଡ୍ରା ଗାଡ଼ିକୁ ଚିହ୍ନଟ କରି ଜବତ କରିଥିବା ବେଳେ ଗାଡ଼ି ଚାଳକ ନିବାସ ଚନ୍ଦ୍ର ସାହୁ (୫୦) ଙ୍କୁ ଗିରଫ କରି ଆଜି ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି।
