ବାଲିଅନ୍ତା: ବାଳକାଟି ପୁରୀ ମୁଖ୍ୟକେନାଲ ସାତକାଣିଆ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ହରିଣର ମୃତ୍ୟୁ ହୋଇଥିବା ଜଣାପଡିଛି କ୍ଷ ହରିଣଟି ଅଣ୍ଡିରା ହୋଇଥିବା ବେଳେ କୋଣାର୍କ ବାଲୁଖଣ୍ଡ କିମ୍ବା ଭଅଁରା ଜଙ୍ଗଲରୁ ପଳାଇ ଆସିଥିବା ଅନୁମାନ କରାଯାଇଛି କ୍ଷ ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି ଆଜି ସାଢେ ୧୧ ଟାରେ ଏକ କାର ଝିଣ୍ଟିଶାସନ ପାର୍ଶ୍ୱରୁ ଆସୁଥିବା ବେଳେ ହରିଣଟି ହଠାତ ଆଗକୁ ପଳାଇ ଆସିଥିଲା କ୍ଷ ଫଳରେ କାରଟି ଭାରସାମ୍ୟ ହରାଇ ତାକୁ ଧକ୍କା ଦେଇଥିଲା କ୍ଷ ହରିଣଟି ଗୁରୁତର ଆହତ ହୋଇ ରାସ୍ତା ପାର୍ଶ୍ୱରେ ପଡିଥିଲା କ୍ଷ ମାତ୍ର କିଛି ସମୟ ପରେ ତାର ମୃତ୍ୟୁ ହୋଇଥିଲା କ୍ଷ ଖବରପାଇ ବାଲିପାଟଣା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣକୁ ଉଦ୍ଧାର କରି ବାଳକାଟି ପ୍ରାଣୀଧନ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ନିକଟସ୍ଥ ନର୍ସରୀରେ ପୋତି ଦେଇଥିଲେ କ୍ଷ
