ପୁରୀ: ପୁରୀସିଦ୍ଧମହାବୀର ମନ୍ଦିରର ବିଦ୍ୟୁତ ବିଲ ଦୁର୍ନୀତି ବିରୋଧରେ ଆମ ଆଦମୀ ପାର୍ଟି ( ଆପ) ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ନବକଳେବର ରୋଡ ସ୍ଥିତ ଦଳୀୟ କାର୍ଯ୍ଯାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ଦିନରେ ଆମ୍ ଆଦ୍ମୀ ପାର୍ଟି ସିଦ୍ଧ ମହାବୀର ମନ୍ଦିର ର ଉର୍ନତି ପାଇଁ ସ୍ୱର ଉତୋଳନ କରିଆସିଛି । କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ଜେନାଙ୍କ ନାମରେ ଦେବୋତ୍ତର ବିଭାଗରେ ଅଭିଯୋଗ ମଧ୍ୟ ଦିଆଯାଇଛି । କୁନ୍ତୁ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଆଜି ବିଜୁଳି ସମ୍ବନ୍ଧୀୟ ଖୁଲାସା ଆମ୍ ଆଦ୍ମୀ ପାର୍ଟି ଦ୍ୱାରା ଖୁଲାସା କରାଯାଉଛି । ଆଜି ଦିନରେ ସିଦ୍ଧମହାବୀରଙ୍କ ୪ ଲକ୍ଷ ୬ ହଜାର ୬୬୪ ଟଙ୍କାର ବିଜୁଳି ବିଲ ବାକି ରହିଛି ବୋଲି ଆପର ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ଅଭିଯୋଗ କରିଛନ୍ତି । ସିଦ୍ଧମହାବୀର ମନ୍ଦିରର ବର୍ଷକୁ ପ୍ରାୟ ୨୦ ଲକ୍ଷ ଟଙ୍କା ଅଥଚ ବିଜୁଳି ବିଲ ବକେୟା କିପରି ରହିଛି ତାକୁ ନେଇ ଆପ ପ୍ରଶ୍ନ କରିଛି । ଦୀର୍ଘ ୨୩ ବର୍ଷ ଧରି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଜଣ କିପରି ରହିଛନ୍ତି ତାକୁ ନେଇ ସନ୍ଦେହ ବଢିଛି । ସିଦ୍ଧମହାବୀର ମନ୍ଦିର ଦେବୋତ୍ତର ବିଭାଗ ଅଧିନରେ ରହିଛି । ଏହା ଭକ୍ତ ମାନଙ୍କ ମନ୍ଦିର ହୋଇଥିବାରୁ ସାଧାରଣ ଜନତା ମନ୍ଦିର ସମ୍ପର୍କରେ ସବୁ ତଥ୍ଯ ଜାଣିବାର ଅଧିକାର ରହିଛି । ମନ୍ଦିରର ଆୟ ବ୍ଯୟ ହିସାବ ଅଡିଟ ହେଉନାହିଁ । ସିଦ୍ଧମହାବୀରଙ୍କ ନାମରେ କେତେ ଭୂସମ୍ପତି ରହିଛି ଓ କେତେ ବିକ୍ରି ହୋଇଛି ଏବଂ କେତେ ସମ୍ପତ୍ତି ବେଆଇନ ଦଖଲରେ ରହିଛି ସେ ସମ୍ପର୍କରେ ସମସ୍ତ ତଥ୍ଯ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ଉତ୍ତର ଦେବା ପାଇଁ ଆପ ଦାବି କରିଛି ।ଏଥିସହ ତୁରନ୍ତ ସିଦ୍ଧମହାବୀର ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବରଖାସ୍ତ କରାଯାଉ,ବିଜୁଳି ବିଭାଗର ଅଧିକାରୀ ସ୍ମୃତି ସ୍ୱାଇଁ ଙ୍କ ଅପାରଗତା ସକାଶେ ଇସ୍ତଫା ମଧ୍ୟ ଦାବୀ କରୁଛୁ,ବିଜୁଳି ବିଭାଗ ର କୋଉ ଅଧିକାରୀ ଏଥିରେ ସାମିଲ ଅଛନ୍ତି ତାକୁ ଖୋଜି ଦଣ୍ଡିତ କରାଯାଉ ,ଯଦି ଏହା ଉପରେ ସ୍ପଷ୍ଟତା ନ କରାଯାଏ, ତେବେ ରାଜଧାନୀରେ ଆପ୍ ବାଧ୍ୟ ହୋଇ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ଘେରାଉ କରିବ । ସାମ୍ବାଦିକ ସମ୍ମିଳନୀରେ ଆପର ବୁଲୁ ଦାସ, ଅନିଲ କୁମାର ଜେନା ଏବଂ ଲକ୍ଷ୍ମଣ ବେହେରା ଉପସ୍ଥିତ ଥିଲେ ।
