ମାଣ୍ଡ୍ୟା: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ରବିବାର ଏକ କାରଖାନାରେ ରାସାୟନିକ ପଦାର୍ଥ ଲିକ୍ ଜନିତ ବିସ୍ଫୋରଣ ଘଟିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବାସରାଲୁର କରେକାଟ୍ଟେ ଗାଁ ନିକଟ କୀର୍ତ୍ତି ରାସାୟନିକ କାରଖାନାରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ବିହାରର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଏଠାରେ ରାସାୟନିକ୍ ପଦାର୍ଥ ଲିକ୍ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଗ୍ରାମର ଚାଷୀମାନେ ଏହାର ପ୍ରତିବାଦ କରିବା ପରେ ପ୍ଲାଣ୍ଟକୁ ପୂର୍ବରୁ ବନ୍ଦ କରିଦିଆଯାଇଥିଲା। ଏହି ସମୟରେ କିଛି ଯନ୍ତ୍ରପାତି ଭାଙ୍ଗି ଦିଆଯାଇଥିଲା।
