ପୁରୀ: ଜୁଲାଇ ୧୬ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ଶନିବାର ପୂର୍ବାହ୍ନରେ
ପୁରୀ ଟାଉନହଲ ଠାରେ ରାଜ୍ଯ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧକ୍ଷତାରେ ପୋଲିସ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ଦାୟୀତ୍ୱରେ ୧୯ ବରିଷ୍ଠ ଆଇପିଏସ ଅଧିକାରୀ ଓ ଆରଏଏଫ, ସିଆରପି,ବିଏସଏଫ, ଆରପିଏଫ ଅଧିକାରୀ ମାନେ ଉପସ୍ଥିତ ରହି ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ପୁରୀ ଏସପି ପ୍ରତୀକ ସିଂ କହିଥିଲେ ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଦେଶ-ବିଦେଶରୁ ଆସୁଥିବା ଅତିଥିମାନଙ୍କର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ସମଗ୍ର ଜିଲ୍ଲାର ବିଭିନ୍ନ ହୋଟେଲ, ଲଜ୍, ଗେଷ୍ଟହାଉସ ଏବଂ ରହଣି ବ୍ୟବସ୍ଥା ଥିବା ପ୍ରତିଷ୍ଠାନ ଗୁଡ଼ିକରେ ବ୍ୟାପକ ରାତ୍ରିକାଳୀନ ଯାଞ୍ଚ ଅଭିଯାନ କରାଯାଇଛି। ଏହି ଅଭିଯାନରେ ପୁରୀ ପୋଲିସର ଥାନା ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ, ସ୍ୱତନ୍ତ୍ର ଟିମ୍ ଏବଂ ସୁରକ୍ଷା ବାହିନୀ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ରଥଯାତ୍ରା ଅବସରରେ ଆସୁଥିବା ପ୍ରତ୍ୟେକ ଭକ୍ତ, ପର୍ଯ୍ୟଟକ ଓ ଅତିଥିଙ୍କୁ ଏକ ସୁରକ୍ଷିତ, ଶୃଙ୍ଖଳିତ ଓ ନିର୍ଭୟ ପରିବେଶ ପ୍ରଦାନ କରିବା ପାଇଁ ପୁରୀ ପୋଲିସ ୨୪୍ଠ୭ ସଜାଗ ଏବଂ ସକ୍ରିୟ ରହିଛି। ସହରର ପ୍ରମୁଖ ସ୍ଥାନ, ଧାର୍ମିକ ସ୍ଥଳ, ପାର୍କିଂ ସ୍ଥାନ, ହୋଟେଲ, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ସମୁଦ୍ରକୂଳ ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଓ ନଜରଦାରିକୁ ଆହୁରି ସୁଦୃଢ଼ କରାଯାଇଛି।ପୁରୀ ପୋଲିସ ସମସ୍ତ ହୋଟେଲ ମାଲିକ, ପରିଚାଳକ ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ପ୍ରତିଷ୍ଠାନମାନଙ୍କୁ ଆଇନଗତ ନିୟମ ପାଳନ କରିବା ସହ ପୋଲିସକୁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରୁଛି।

ସେହିପରି ସମସ୍ତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ମଧ୍ୟ ନିଜର ପରିଚୟପତ୍ର ସାଙ୍ଗରେ ରଖିବା, ସତର୍କ ରହିବା ଏବଂ କୌଣସି ସନ୍ଦେହଜନକ ଘଟଣା କିମ୍ବା ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଉଛି। ପବିତ୍ର ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସଫଳ କରିବା ପାଇଁ ପୁରୀ ପୋଲିସ ସମସ୍ତ ସହଯୋଗୀ ସଂସ୍ଥା, ହୋଟେଲ କର୍ତ୍ତୃପକ୍ଷ, ସ୍ଥାନୀୟ ନାଗରିକ ଓ ଶ୍ରଦ୍ଧାଳୁମାନଙ୍କର ସହଯୋଗ କାମନା କରାଯାଇଛି। ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆ.ର୍ପି.କୋଚେ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ(ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ,ଅତିରିକ୍ତ ପୁଲିସ ମହାନିର୍ଦେଶକ (ରେଳବାଇଓ ଉପକୂଳ ସୁରକ୍ଷା) ଅରୁଣ ବୋଥା, ଅତିରିକ୍ତପୁଲିସ ମହାନିର୍ଦ୍ଦେଶକ ( ଆଇନଶୃଙ୍ଖଳା) ସଞ୍ଜୟକୁମାର, ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁର, କ୍ରାଇମବ୍ରାଞ୍ଚ ଆଇଜି ଡ. ସାର୍ଥକଷଡ଼ଙ୍ଗୀ, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ,ଡିଆଇଜି (ଏସ୍?ଟିଏଫ) ଡ. କନୱାର ବିଶାଳସିଂ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା,ଜିଆଇଜି (କାର୍ମିକ) ଯୁଗଳ କିଶୋର କୁମାରବନୋଥ, ଡିଆଇଜି (କ୍ରାଇମବ୍ରାଞ୍ଚ) ବି. ଗଙ୍ଗାଧର,ଡିଆଇଜି ଆଶିଷ ସିଂହ, ଆଇକିପି (ଉତ୍ତର-କେନ୍ଦ୍ରାଞ୍ଚଳ) ସତ୍ୟବ୍ରତ ଭୋଇ, ଡିଆଇଜି(ପୂର୍ବାଞ୍ଚଳ) ପିନାକ ମିଶ୍ରଙ୍କ ସମେତ ଏସ୍?ପି ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ ।
