ବାରିପଦା: ମୟୂରଭଞ୍ଜ ଜିଲ୍ଲା, ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟରେ ବିଷାକ୍ତ ସାପ ଦଶଂନ କରିବାରୁ ପଞ୍ଚମ ଶ୍ରେଣୀର ହଷ୍ଟେଲ ଛାତ୍ର ଗୁରୁତର ଭାବେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳ ସମୟରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ନେଇ ବିଦ୍ୟାଳୟ ପରିସରରେ ପୁଣି ତାତିଲେ ଅଭିଭାବକ , ବିଦ୍ୟାଳୟରେ କରିଲେ ବିକ୍ଷୋଭ । ଏହି ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀ ସୁବର୍ଣ୍ଣ ଭୂୟାଁ ଚାକିରିରୁ ନିଲମ୍ବିତ ହୋଇଥିବାର ଜଣାଯାଇଛି । ପ୍ରାପ୍ତ ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲା, ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ପିଲାମାନେ ଖେଳୁଥିବା ସମୟରେ କୁଳିଅଣା ଥାନା ଅଧୀନ ବାଇଗଣବାଡ଼ିଆ ଅଞ୍ଚଳର ଜଗନ୍ନାଥପୁର ଗ୍ରାମର ରବୀନ୍ଦ୍ର ସୋରେନଙ୍କ ପୁଅ ତଥା ପଞ୍ଚମ ଶ୍ରେଣୀ ଛାତ୍ର ସପନ ସୋରେନକୁ ଗୋଟିଏ ବିଷାକ୍ତ ସାପ ଦଂଶନ କରିଥିଲା । ସେ ଏନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବଗତ କରାଇବା ପରେ ସେ ଉକ୍ତ ଆହତ ଛାତ୍ରକୁ ବୈଶିଙ୍ଗା ଡାକ୍ତରଖାନା ପରେ ପରେ ବାରିପଦା ଡାକ୍ତରଖାନା ନେଇଯାଇଥିଲେ । ଅବସ୍ଥା ଗୁରୁତର ହେବାରୁ ଛାତ୍ରର ପରିବାରବର୍ଗ ବୁଧବାର ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେଇ ଯାଇଥଲେ । ଏ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବିଦ୍ୟାଳୟକୁ ଆସି ପ୍ରତିବାଦ କରିଥିଲେ । ଫଳରେ ବୁଧବାର ଦିନ ବିଭିନ୍ନ ବିଭାଗର ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ଏବଂ ଗ୍ରାମବାସୀ ମାନଙ୍କର ଅଭିଯୋଗର ସ୍ଥିତି ସମୀକ୍ଷା କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ସୁବର୍ଣ୍ଣ ଭୂୟାଁଙ୍କ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ମନମାନି କରିବା ଏବଂ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ , ହଷ୍ଟେଲ ପରିଚାଳନାକୁ ନେଇ ଅସନ୍ତୋଷ ପରିବେଶ ସୃଷ୍ଟି କରିବାକୁ ନେଇ ସମସ୍ତ ଅଭିଭାବକ ଏକ ଅଭିଯୋଗପତ୍ର ପ୍ରଦାନ କରିଥିଲେ । ଅଭିଯୋଗକୁ ଶୁଣିବା ସହ ଏହାର ସମାଧାନ କରିବା ନେଇ ପ୍ରତିଶୃତି ଦେବା ପରେ ଯାଇ ପରିବେଶ ଶାନ୍ତ ପଡିଥିଲା । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଆଜି ଶନିବାର ସକାଳ ସମୟରେ ତାର ମୃତ୍ୟୁ ହୋଇଯାଇଥିବା ଘଟଣା ରେ ଶୋକର ବାତାବରଣ ସୃଷ୍ଟି କରିଛି । ଏ ନେଇ ପୁନର୍ବାର ଗଡଦେଉଳିଆ ଗ୍ରାମବାସୀ ସମେତ ସମସ୍ତ ଅଭିଭାବକ ପୂର୍ବାହ୍ନ ସମୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁବର୍ଣ୍ଣ ଭୂୟାଁଙ୍କ ଦାୟିତ୍ୱ ହୀନତା କାର୍ଯ୍ୟକଳାପକୁ ବିରୋଧ କରି ଶତାଧିକ ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ପୁରେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କ୍ଷ ଖବର ପାଇ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନାକୁ ଲକ୍ଷ୍ୟ କରି ବୈଶିଙ୍ଗା ଥାନା ଅଧିକାରୀ ବାରୀଣି ଦାସ ସଦଳବଳ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କହିଥିଲେ ।

ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଆର୍ôଥକ ସହାୟତା ସହିତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଅଭିଭାବକ ଓ ଗ୍ରାମବାସୀମାନେ ଅଡି ବସିଥିଲେ । କାର୍ଯ୍ୟରେ ଅବହେଳା ପାଇଁ ବେତନଟୀ ବ୍ଲକ ଶିକ୍ଷାଧିକାରୀ ଚିଠି ନଂ ୧୭୧୭/୨୬ ମୂଳେ ସୁବର୍ଣ୍ଣ ଭୂୟାଁକୁ ଚାକିରିରୁ ନିଲମ୍ବିତ କରିଛନ୍ତି। ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା , ଅତିରିକ୍ତ ତହସିଲଦାର ପିକେ ହିତାଂଶୁ , ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଘଟଣା ସ୍ଥଳରେ ପହଞ୍ଚି ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ମୃତକଙ୍କ ପରିବାରକୁ ଗଣଶିକ୍ଷା ବିଭାଗ ତରଫରୁ ସହାୟତା , ସର୍ପନ ଦଂଶନ ନିମନ୍ତେ ସରକାରୀ ସହାୟତା ଏବଂ ରେଡକ୍ରସ ତରଫରୁ ସହାୟତା ତଥା ଅନ୍ୟ ସମସ୍ତ ପ୍ରକାରର ସହଯୋଗ କରିବା ନିମନ୍ତେ ତହସିଲଦାର ଶ୍ରୀ ବେହେରା ସମସ୍ତ ଅଭିଭାବକ ଏବଂ ଗ୍ରାମବାସୀଙ୍କ ନିକଟରେ ପ୍ରକାଶ କରିଥିଲେ । ଅଭିଭାବକମାନଙ୍କ ଦାବି ଅନୁଯାୟୀ ମୃତକଙ୍କ ପରିବାରକୁ ସ୍ୱତନ୍ତ୍ର ଅନୁଦାନ ପାଇଁ ବେତନଟୀ ତହସିଲଦାର ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଏହା ପରେ ଘଟଣାର ସମାଧାନ ହୋଇଥିଲା । ନିଲମ୍ବନ ପରେ ହଷ୍ଟେଲର ଦାୟିତ୍ୱ ବୁଝିବା ପାଇଁ ଗ୍ରାମବାସୀଙ୍କ ଦ୍ୱାରା ଅବଗତ କରାଇବା ପରେ ବ୍ଲକ ଶିକ୍ଷାଧିକାରୀ ଜଣକୁ ବିଦ୍ୟାଳୟକୁ ପଠାଇଥିବା ବେଳେ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ ହୋଇଛନ୍ତି । ଏହି ଘଟଣାକୁ ନେଇ ଗଡ଼ଦେଉଳିଆ ସରପଞ୍ଚ ବବିତା ସିଂ , ଜିଲ୍ଲାପରିଷଦ ସଦସ୍ୟା ସବିତା ଦାସ, ଦେବବ୍ରତ ପଣ୍ଡା, ଚିନ୍ମୟ ପଣ୍ଡା , ରାଜୀବ ରଞ୍ଜନ ସେନାପତି , ରାମ ମାଝୀ, ରାଜେନ ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ ମୃତକଙ୍କ ପରିବାରକୁ ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ଆଜି ସନ୍ଧ୍ୟା ସମୟରେ ମୃତକ ଛାତ୍ର ସପନ ର ମୃତ ଦେହ ଗ୍ରାମରେ ପହଞ୍ଚିବା ବେଳକୁ ଏକ ପ୍ରକାରର ଶୋକର ଛାୟା ଖେଳିଯାଇଛି କ୍ଷ ଏନେଇ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରିଛି ବୈଶିଙ୍ଗା ପୁଲିସ ।
