ବେଗୁନିଆପଡା: ଗଞ୍ଜାମ ରେ ପୁଣି ଆତଙ୍କ ବିଚ୍ ବଜାରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ସଂଘବଦ୍ଧ ଆକ୍ରମଣ। ୫ ଜଣ ଯୁବକ ମିଶି ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ଆକ୍ରମଣ କରିଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।ଆହତ ଯୁବକ ବେଗୁନିଆପଡା ର କୃଷ୍ଣ ପ୍ରଧାନ…. ପୂର୍ବ ଶତ୍ରୁତା କେନ୍ଦ୍ର କରି ଆକ୍ରମଣ ହୋଇଥିବା କୁହା ଯାଉଛି…ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୫ ଜଣ ଯୁବକ ସଂଘବଦ୍ଧ ଭାବେ ହଠାତ୍ କୃଷ୍ଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଭୟରେ କୃଷ୍ଣ ବଜାର ଉପରେ ଦୌଡ଼ିଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ।ଖବର ପାଇ ବେଗୁନିଆପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ କୃଷ୍ଣଙ୍କୁ ଉଦ୍ଧାର କରି ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବେଗୁନିଆପଡ଼ା ପୋଲିସ ମାମଲାର ଛାନଭିନ୍ ଆରମ୍ଭ କରିଛି। ଆକ୍ରମଣକାରୀ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ ଅଭିଯାନ ଜାରି ରହିଛି।ଏହାକୁ କଡାକଡି ଅନୁପାଳନ ସହ ନିୟମିତ ଯାଞ୍ଚ କରିବାକୁ ଉପଜିଲ୍ଲାପାଳ ଓ ଖାଦ୍ୟ ସୁରକ୍ଷା ଯାଞ୍ଚ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପୁରୀ ମହାନଗର ନିଗମ, ବ୍ରହ୍ମଗିରି, ପିପିଲି, କୋଣାର୍କ ଭଳି ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି।ଉପଜିଲ୍ଲାପାଳ ରାଜ କିଶୋର ଜେନା ଙ୍କ ନିର୍ଦ୍ଦେଶ ଆଧାର ରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଏବଂ ତଦାରଖ ପାଇଁ ଚାରିଟି ଦଳ ଗଠନ କରାଯାଇଛି। ପୁରୀ ଜିଲ୍ଲା ଏବଂ ବ୍ରହ୍ମଗିରିର ବିଭିନ୍ନ ଅଞ୍ଚଳରେ ଦୁଇଟି ଦଳ ନିୟୋଜିତ ହୋଇଥିବା ବେଳେ ବାକି ଦୁଇଟି ଦଳ ପୁରୀ ମହାନଗର ନିଗମ ଅଞ୍ଚଳ ମଧ୍ୟରେ ନିୟୋଜିତ ହୋଇଛନ୍ତି। ପୁରୀ ପୌରପାଳିକା ଦଳ ପୁରୀ ପୌରପାଳିକାର ବିଭିନ୍ନ ଅଞ୍ଚଳରେ ଉପ-ଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ବହୁମୁଖୀ ସ୍କ୍ୱାଡ୍ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଶନିବାର ଖାଦ୍ୟ ଯାଞ୍ଚ ଟିମ ଗୁଡ଼ିକ ହୋଟେଲ, ରେଷ୍ଟୁରାଣ୍ଟ, ମିଠା ଦୋକାନ, ଉତ୍ପାଦନ ୟୁନିଟ୍, ଷ୍ଟ୍ରିଟ୍ ଫୁଡ୍, ଖୁଚୁରା କାଉଣ୍ଟର ଏବଂ ଅନ୍ୟାନ୍ୟ ଖାଦ୍ୟ ଦୋକାନ ସମେତ ବିଭିନ୍ନ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ, ସ୍ୱଚ୍ଛ ଏବଂ ପରିମଳ ଅବସ୍ଥା, ଖାଦ୍ୟ ସଂରକ୍ଷଣ ପଦ୍ଧତି ଏବଂ ଖାଦ୍ୟ ସୁରକ୍ଷା ପଞ୍ଜିକରଣ/ଲାଇସେନ୍ସର ବୈଧତା ଯାଞ୍ଚ କରାଯାଇଥିଲା। ଖାଦ୍ୟ ସୁରକ୍ଷା ଆଇନର ବ୍ୟବସ୍ଥା ଅନୁଯାୟୀ,୧୯୨ କିଲୋଗ୍ରାମ ବାସି ଖାଦ୍ୟ ନଷ୍ଟ କରାଯାଇଛି ଏବଂ ଖିଲାପୀ ଖାଦ୍ୟ ବ୍ୟବସାୟ ଅପରେଟର ମାନଙ୍କ ଉପରେ ୬୨ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଛି।
