କଳାହାଣ୍ଡି: ବାଉଁଶ ଗଜା ବା କରଡିର ବଢ଼ୁଥ?ିବା ଚାହିଦା ଯୋଗୁଁ କଳାହାଣ୍ଡି ଜିଲ୍ଲାର ବାଉଁଶ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। କରଡି ସଂଗ୍ରହ ଓ ବ୍ୟବସାୟ ଯୋଗୁଁ ଜିଲ୍ଲାରେ ବାଉଁଶ ବଣ ଦ୍ରୁତଗତିରେ ଲୋପ ପାଉଥିବା ବେଳେ ବନ ବିଭାଗର ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ଏକଦା କଳାହାଣ୍ଡି ଜିଲ୍ଲା ବାଉଁଶ ବଣରେ ପରିପୂର୍ଣ୍ଣ ଥିଲା। ଏଠାରୁ ପ୍ରତିଦିନ ଶହ ଶହ ଟ୍ରକ ବାଉଁଶ ଜିଲ୍ଲା ବାହାରକୁ ଚାଲାଣ ହେଉଥିଲା। କିନ୍ତୁ ବର୍ତ୍ତମାନ ଜିଲ୍ଲାର ୧୪ ଟି ବ୍ଲକ ମଧ୍ୟରୁ କେବଳ କୋକସରା ଓ ଗୋଲାମୁଣ୍ଡା, ଥୁଆମୂଳ ରାମପୁର ବ୍ଲକର କେତେକ ସ୍ଥାନରେ ଅବଶିଷ୍ଟବାଉଁଶ ଜଙ୍ଗଲ ରହିଛି।ବର୍ଷା ଋତୁରେ ବାହାରୁଥିବା ବାଉଁଶ ଗଜା ବା କରଡି କେଉଁ କାଳରୁ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ପାଲଟିଥିବା ବେଳେ ବର୍ତ୍ତମାନ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଏହାର ଚାହିଦା ବଢ଼ିଛି। ତେଣୁ ବେଧଡ଼କ କରଡି କାଟି ବଜାରରେ ଚଢ଼ା ଦରରେ ବିକ୍ରି କରାଯାଉଛି। ଏହା ଫଳରେ ବାଉଁଶ ଗଛର ସ୍ୱାଭାବିକ ବଂଶବୃଦ୍ଧି ବାଧାପ୍ରାପ୍ତ ହେଉଥିବାରୁ ବାଉଁଶ ଜଙ୍ଗଲ କ୍ରମଶଃ କମିବାରେ ଲାଗିଛି ।ବାଉଁଶ କେବଳ କାଗଜ ଶିଳ୍ପ ନୁହେଁ, ଘର ନିର୍ମାଣ, ଆସବାବପତ୍ର ଓ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତିରେ ମଧ୍ୟ ବ୍ୟାପକ ବ୍ୟବହୃତ ହୋଇଆସୁଛି। ଦିନ ଥିଲା ଜ଼ିଲ୍ଲା ରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ହେକ୍ଟର ଜମିରେ ବାଉଁଶ ଜଙ୍ଗଲ ଥିବାବେଳେ ବର୍ତ୍ତମାନ ତାହା ପ୍ରାୟ ୫୦ ହଜାର ହେକ୍ଟରକୁ ଖସି ଆସିଥ?ିବା ସୂଚନା ମିଳିଛି। ବନ ବିଭାଗ ପାଖରେ ସଠିକ ତଥ୍ୟ ନଥିଲେ ମଧ୍ଯ ଜିଲ୍ଲା ବନ ଅଧିକାରୀ ପ୍ରାୟ ୫୦ ହଜାର ହେକ୍ଟର ବାଉଁଶ ଜଙ୍ଗଲ ରହିଥ?ିବା ଆକଳନ କରିଛନ୍ତି। ବାଉଁଶର ଅଭାବ ଯୋଗୁଁ ଜିଲ୍ଲା ଓ ଜିଲ୍ଲା ବାହାରର ଅନେକ କୁଶଳୀ କାରିଗର ମଧ୍ୟ ପ୍ରଭାବିତ ହୋଇଛନ୍ତି। ବାଉଁଶ ନ ମିଳିବାରୁ ସେମାନଙ୍କର ହସ୍ତଶିଳ୍ପ ଓ ଆସବାବପତ୍ର ନିର୍ମାଣ କାମ ପ୍ରାୟ ବନ୍ଦ ହୋଇଯାଇଛି। ଏପରିସ୍ଥିତିରେ ବାଉଁଶ ଜଙ୍ଗଲର ପୁନରୁଦ୍ଧାର ଲାଗି ବିପୁଳ ଅର୍ଥ ବ୍ୟୟ ହେଲେ ମଧ୍ୟ ସଫଳତା ମିଳିବା କଷ୍ଟକର ବୋଲି କୁହାଯାଉଛି।ସୂଚନା ଥାଉକି ଭାରତୀୟ ଜୀବ କଲ୍ୟାଣ ବୋର୍ଡର ଜୀବ ମଙ୍ଗଳ ଅଧିକାରୀ ରାମକୃଷ୍ଣ ଚୌଧୁରୀ କରଡି ବ୍ୟବସାୟ ଉପରେ ତୁରନ୍ତ ରୋକ ଲଗାଇବାକୁ ଜିଲ୍ଲା ବନ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି। ବର୍ତ୍ତମାନ କଳାହାଣ୍ଡି ର ଅଧିକାଂଶ , ବ୍ଲକରେ ବାଉଁଶ ଜଙ୍ଗଲ ନାହିଁ କହିଲେ ଚଳେ। ବାଉଁଶ ଜଙ୍ଗଲର ସୁରକ୍ଷା ଓ ପୁନଃ ସୃଷ୍ଟି ଲାଗି ମଧ୍ଯ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ହେଉନଥିବାରୁ ସପୂର୍ଣ ବିଲୁପ୍ତ ହେବାରେ ଆଶଙ୍କା କରାଯାଉଛି।
