ବାଲେଶ୍ୱର: ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୩ର ପରୀକ୍ଷଣ ଶୁକ୍ରବାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷା ଘାଟିରୁ ସଫଳତା ସହ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣରେ କ୍ଷେପଣାସ୍ତ୍ର ସମସ୍ତ ପରିଚାଳନ ଓ ବୈଷୟିକ ମାନକକୁ ପୂରଣ କରିଥିଲା। ଯାହା ଭାରତର ସାମରିକ ଶକ୍ତି ଓ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ ବହନ କରେ। ଏହି କ୍ଷେପଣାସ୍ତ୍ରର ଉତ୍କ୍ଷେପଣ ଭାରତର ସାମରିକ ବଳ କମାଣ୍ଡ ତଦାରଖରେ କରାଯାଇଥିଲା। ପରମାଣୁ କ୍ଷମତା ସଂପନ୍ନ ଅଗ୍ନି-୩ର ଲକ୍ଷ୍ୟଭେଦ କ୍ଷମତା ୩୦୦୦ରୁ ୩୫୦୦୦ କିମି ରହିଛି, ଯାହା ଶତ୍ରୁଦେଶର ଆଭ୍ୟନ୍ତରୀଣ ଅଞ୍ଚଳକୁ ନିଶାଣ କରିପାରିବ। ଅଗ୍ନି-୩ର ଲମ୍ବ ୧୬.୭ ମିଟର, ଚଉଡ଼ା ୨ ମିଟର, ଓଜନ ୪୮,୩୦୦ କିଗ୍ରା ଏବଂ ଏହା ୧,୫୦୦ ପର୍ଯ୍ୟନ୍ତ ଭାର ବହନ କରିପାରିବ।
ଚାନ୍ଦିପୁରରୁ ଅଗ୍ନି-୩ର ସଫଳ ପରୀକ୍ଷଣ












Leave a Reply