ଶ୍ରୀନଗର: ବୁଧବାର ଜମ୍ମୁ ଓ କିସ୍ତିୱାରରେ ପୃଥକ ପୃଥକ ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀଙ୍କ ପ୍ରାଣହାନି ଘଟିଛି। ଉଧାମପୁରର ବସନ୍ତଘରରେ ଆତଙ୍କବାଦୀ ଲୁଚି ରହିିଥିବା ଏକ ଗୁମ୍ଫାରେ ସୁରକ୍ଷାବାହିନୀ ବିସ୍ଫୋରଣ କରିବା ଫଳରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର କମାଣ୍ଡର ମାଭି ସହ ଅନ୍ୟ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ସେହିପରି କିସ୍ତିୱାରରେ ଆଉ ଜଣେ ଆତଙ୍କବାଦୀର ଏନକାଉଣ୍ଟରେ ମୃତ୍ୟୁ ଘଟିଛି। ବରାଫାଚ୍ଛାଦିତ କିସ୍ତିୱାରରେ ବୁଧବାର ସଂଧ୍ୟାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସାନି ଗୁଳିବିନିମୟ ଘଟଣା ସାମନାକୁ ଆସିଛି। ଗଲା ୧୮ ଦିନ ମଧ୍ୟରେ ଚାତ୍ରୁ ଅଞ୍ଚଳରେ ଏହା ୫ମ ଘଟଣା। ଏହି ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଏକ ଗୋଷ୍ଠୀ ଲୁଚି ରହିଥିବା ସୂଚନା ମିଳିବା ପରେ ଫେବ୍ରୁଆରୀ ୩ ତାରିଖରୁ ‘କିୟା’ ଗୁପ୍ତନାମରେ ମିଳିତ ତଲାସି ଅଭିଯାନ ଚାଲୁ ରହିଛି। ଅଭିଯାନରେ ସାମିଲ ହୋଇଛି ସନ୍ଧାନୀକୁକୁର।
ଜମ୍ମୁ ଓ କାଶ୍ମୀରରେ ଜୈସ କମାଣ୍ଡର ସହ ୩ ଆତଙ୍କବାଦୀ ନିହତ















Leave a Reply