ବାଲି ଓ କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀ ଓ ପଶ୍ଚିମବଙ୍ଗର ବହୁ ସ୍ଥାନରେ ଇଡି ଚଢ଼ାଉ

Spread the love

କୋଲକାତା: ବାଲି, କୋଇଲା ଚୋରା ଚାଲାଣ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଏକ ସମୟରେ ପଶ୍ଚିମବଙ୍ଗ ଓ ଦିଲ୍ଲୀର ବହୁ ସ୍ଥାନରେ ଚଢ଼ାଉ କରିଛି। କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ସହ ଇଡି ଦିଲ୍ଲୀ, କୋଲକାତା, ଆସାନସୋଲ, ଦୁର୍ଗାପୁର ଏବଂ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ବହୁ ସ୍ଥାନରେ ସକାଳ ସାଢ଼େ ୬ଟାରୁ ଚଢ଼ାଉ ଜାରି ରଖିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଚଢ଼ାଉ ଚାଲିଥିବା ସ୍ଥାନ ମଧ୍ୟରେ ରହିଛି ଆସାନସୋଲ ବୁଦ୍‌ବୁଦ୍ ଥାନାର ନବନିଯୁକ୍ତ ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ମଣ୍ଡଳ। ଗତବର୍ଷ ବାରବଣି ଥାନାରେ କାମ କରୁଥିବା ବେଳେ ଦୁର୍ନୀତି ମାମଲାରେ ମଣ୍ଡଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ସେହିପରି ଇଡି ଆସାନସୋଲର କେତେକ ବାଲି ଓ କୋଇଲା ମାଫିଆଙ୍କ ଉଭୟ ଅଫିସ ଓ ଘରେ ଚଢ଼ାଉ କରୁଛି। ଦୁର୍ଗାପୁରର କେକେ ମିନେରାଲସର ମାଲିକ ପ୍ରବୀର ଦତ୍ତ ଓ ତାଙ୍କ ଭାଇ ଅମିତ ଦତ୍ତଙ୍କ ବାସଭବନରେ ଇଡି ଚଢ଼ାଉ କରିଛି।

Leave a Reply

Your email address will not be published. Required fields are marked *

error: Content is protected !!