ମଙ୍ଗଳବାର ପୁରୀ ଆସୁଛନ୍ତି ରାଷ୍ଟ୍ରପତି

Spread the love

ପୁରୀ: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ପୁୁରୀ ଗସ୍ତରେ ଆସୁଛନ୍ତି। ମଙ୍ଗଳବାର ପୁରୀରେ ପହଞ୍ଚି ଲୋକଭବନରେ ରାତ୍ରିଯାପନ କରିବେ। ବୁଧବାର ସକାଳେ ଶ୍ରୀମତୀ ମୁର୍ମୁ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବେ। ଏହା ପରେ ବଡ଼ଦେଉଳ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଏଥିପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷ କରି ସୁରକ୍ଷା ନେଇ ସବୁପ୍ରକାର ବନ୍ଦୋବସ୍ତ ହୋଇଛି। ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। କେନ୍ଦ୍ରାଞ୍ଚଳ ଆଜି ଡ. ସତ୍ୟଜିତ ନାୟକ ସୋମବାର ପୁରୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ତଥା ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ପୁରୀ ଏସ୍‌ପି ପ୍ରତୀକ ସିଂହ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।

ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବା ପରେ ସିଧାସଳଖ ସମୁଦ୍ରକୂଳରେ ଅବସ୍ଥିତ ଲୋକଭବନକୁ ଯିବେ। ସେଥିପାଇଁ ରାସ୍ତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ବାରିକେଡ୍ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ସ୍ୱତନ୍ତ୍ର ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଇଛି। କାରକେଡର ରିହରସେର୍ଲ ସୋମବାର ଦେଖିବାକୁ ମିଳିଥିଲା।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଳା ପ୍ରଶାସନ, ପୋଳିସ ପ୍ରଶାସନ ଓ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଶେଷ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!