ପୁରୀ: ମାଟିଆପଡା ସ୍ଥିତ ଭୈରବୀ ପୀଠ ପରିସରରେ ଶ୍ରୀ ଶ୍ରୀ ଆମ୍ମା ଭଗବାନଙ୍କ ପବିତ୍ର କଲ୍ୟାଣୋତ୍ସବ ନିଷ୍ଠା,ଶ୍ରଦ୍ଧା ଓ ଭକ୍ତିର ସହ
ଭକ୍ତ ମାନଙ୍କ ଦ୍ୱାରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏକତ୍ୱ ଧର୍ମର ପ୍ରତିଷ୍ଠାତା ଯୁଗ ଅବତାର ଶ୍ରୀ ଭଗବାନ ଓ ଜଗତଜନନୀ ଶ୍ରୀ ଆମ୍ମାଙ୍କ ବିବାହ ବାର୍ଷିକୀକୁ ଭକ୍ତ ମାନେ କଲ୍ୟାଣୋତ୍ସବ ତଥା ସଂପର୍କ ଦିବସ ଭାବେ ପାଳନ କରି ଆସୁଛନ୍ତି । ଏହି ଦିବସ ଉପଲେକ୍ଷ ଶ୍ରୀ ଆମ୍ମା ଭଗବାନଙ୍କ ଦିବ୍ଯ ସନ୍ଦେଶ ଜୀବନ ହିଁ ସମ୍ପର୍କ- ସମ୍ପର୍କକୁ ସୁଧାର ଜୀବନ ସୁଧୁରିଜିବା ସମ୍ପର୍କରେ ସ୍ନେହ ର ଅଭାବ ହିଁ ମନୁଷ୍ଯର ସବୁ ସମସ୍ଯାର ମୂଳ କାରଣ ହୋଇଥାଏ । ସମ୍ପର୍କରେ ସ୍ନେହ, ଶ୍ରଦ୍ଧା, ସମ୍ମାନ, ବିଶ୍ୱାସ ଓ ଉତ୍ତମ ବୁଝାମଣା ପାଇଁ ଶ୍ରୀ ଆମ୍ମା ଭଗବାନଙ୍କ ଅନୁଗ୍ରହ ପ୍ରାପ୍ତି ଏହି ଉତ୍ସବର ମୂଳ ଉଦେଶ୍ୟ ଅଟେ ।

ଏହି ଅବସରରେ ଶ୍ରୀ ଭଗବାନଙ୍କ ଶ୍ରୀମୂର୍ତ୍ତିକୁ ବର ରୂପେ ଓ ଶ୍ରୀ ଆମ୍ମାଙ୍କ ଶ୍ରୀମୂର୍ତ୍ତିକୁ ବଧୂରୂପେ ବିବେଚନା କରି ଏକତ୍ୱ ଧର୍ମର ନୀତି ନିୟମ ଅନୁଯାଇ ଶୁଭ ବିବାହ କାର୍ଯ୍ୟ ସମ୍ପାଦନା କରାଯାଇଥିଲା । ଧୂପଦୀପ ଓ ସୁଗନ୍ଧିତ ପୁଷ୍ପରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀ ଆମ୍ମା ଭଗବାନଙ୍କ ଶ୍ରୀମୂର୍ତ୍ତି କୁ ସୁଗନ୍ଧିତ ପୁଷ୍ପ ରେ ସଜ୍ଜିତ କରି ବାଦ୍ଯ ନୃତ୍ଯ , ଆତସବାଜି ଓ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇ ନଗର ପରିକ୍ରମା କରାଯାଇଥିଲା । ଏହି ଉତ୍ସବ କୁ ପୁରୀଜିଲ୍ଲା ଏକତ୍ୱ ଧର୍ମର ସଂଯୋଜକ ପ୍ରତାପଜୀ ପରିଚାଳନା କରିଥିଲେ । ଶତାଧିକ ଭକ୍ତ ଏହି ଉତ୍ସବରେ ଯୋଗ ଦେଇଥିଲେ ।
