ପୁରୀ (ବ୍ୟୁରୋ) : ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ପ୍ରଥମ ପାରା ଆଥଲେଟିକ୍ସ ଚମ୍ପିୟାନସିପର ଆୟୋଜନ କରାଯାଇଥିଲା । ଏହାକୁ ଉଦଘାଟନ କରି ରାଜ୍ୟସଭା ସାଂସଦ ଶୁଭାଶିଷ ଖଣ୍ଟିଆ ଦିବ୍ୟାଙ୍ଗ ମାନେ ଆମ ସମାଜର ଏକ ଅଙ୍ଗ। ସେମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଭରି ରହିଛି । ସେହି ପ୍ରତିଭା ର ବିକାଶ ସମାଜ ପାଇଁ ସମ୍ବଳ ସୃଷ୍ଟି କରି ପାରିବ। ପ୍ରଥମ ଥର ପାଇଁ ପୁରୀ ରେ ପାରା ଆଥଲେଟିକ ର ଆୟୋଜନ ଏକ ସୁନ୍ଦର ପଦକ୍ଷେପ । ଏହି ଆଥଲେଟ ମାନଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗ ଙ୍କ ପ୍ରତିଭା, ସେମାନଙ୍କ ପ୍ରତି ରହିଥିବା ସରକାରୀ ବ୍ୟବସ୍ଥା, କ୍ରୀଡା କ୍ଷେତ୍ରରେ ସେମାନଙ୍କୁ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ପାରା ଆଥଲେଟିକ୍ସ ର ରାଜ୍ୟ ସଭାପତି କମଳାକାନ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଗଜଲକ୍ଷ୍ମୀ ରାୟ,ପାରା ଆଥଲେଟ ଇଣ୍ଡିଆ ର କୋଷାଧ୍ୟକ୍ଷ ସୁନିଲ କୁମାର ପରିଡା, ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର,ପାରା କ୍ରୀଡାବିତ ଜୟନ୍ତୀ ବେହେରା, ମାର୍କଣ୍ଡ ରେଡି,କମଳାକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ।ପରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।













Leave a Reply