ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ୪ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ କନ୍ଧମାଳ ଜିଲ୍ଲାର ସମସ୍ତ ଅଞ୍ଚଳ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ପାଣି ଯୋଗୁଁ ଘର ଦ୍ୱାର ଭାଙ୍ଗି ଯାଇଛି। ସମସ୍ତ ଅଞ୍ଚଳ ଜଳାବର୍ଣ୍ଣ ରହିଛି। କୁଲି ମଜୁରୀଆ ଶ୍ରେଣୀର ଲୋକେ ଲଗାଣ ବର୍ଷା ଯୋଗୁଁ ଘରୁ ବାହାରି ନ ପାରି କାମ ଧନ୍ଦା କରିବାକୁ ନ ଯାଇ ଭୋକ ଉପାସରେ ରହିଥିଲେ। ଫିରିଙ୍ଗିଆ ବ୍ଲକ ର କେତେକ ଗରିବ ଲୋକ ଙ୍କର ଘର ଭାଙ୍ଗି ଯାଇ ନଷ୍ଟ ହୋଇଥିବା ହେତୁ ଦୁଃଖ ରେ ଥିବା ଲୋକ ମାନଙ୍କ ମୁଁହରେ ଟିକିଏ ହସ ଫୁଟାଇବା ପାଇଁ ଏବଂ ପୋଲିସ୍ ଓ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରି ପୋଲିସ୍ ପ୍ରତି ଆସ୍ଥା ଭାଜନ ହେବା ନିମନ୍ତେ ଫିରିଙ୍ଗିଆ ଥାନା ଅଧିକାରୀ ଶ୍ରୀ ମୁରଲୀ ଧର ସାହୁ ତାଙ୍କ ଟିମ୍ ସହ ଲଗାଣ ବର୍ଷା ସମୟରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସେସ୍କା ଯୋଡ଼ି ପଞ୍ଚାୟତ ଓ ରତଙ୍ଗ ପଞ୍ଚାୟତ ର ଦୁର୍ଗମ ଅଞ୍ଚଳ ଟାଣିପେନୁ,ବାଇମାହା,ତିବେରିକୁଟି,ବରସାହି ଗ୍ରାମ ଗୁଡିକୁ ଯାଇ ଯେଉଁ ଲୋକ ମାନଙ୍କର ଘର ଭାଙ୍ଗି ନଷ୍ଟ ହୋଇଯାଇଛି।

ବର୍ଷା ଯୋଗୁଁ କାମ ଧନ୍ଦା କରିବାକୁ ନଯାଇ ଭୋକରେ ଆଉଟୁ ପାଉଟୁ ହେଉଥିଲେ ସେହି ଭଳି ଗରିବ ଅସହାୟ ଲୋକଙ୍କୁ ଶୁଖା ଖାଦ୍ୟ ଏବଂ କିଛି ଆବଶ୍ୟକୀୟ କିରାଣୀ ସାମଗ୍ରୀ ବଣ୍ଟନ କରି ମହନୀୟତା ର ପରିଚୟ ଦେଇଛନ୍ତି । ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁ ଙ୍କର ମହାନତା କାର୍ଯ୍ୟ ପାଇଁ କନ୍ଧମାଳ ଏସ୍ ପି ସାଧୁବାଦ ଜଣାଇଛନ୍ତି। ଥାନା ବାବୁ ଙ୍କର ଏତାଦୃଶ୍ୟ କାର୍ଯ୍ୟ ଅନ୍ୟ ପୋଲିସ୍ ଅଧିକାରୀ, ସମାଜସେବୀ ଓ ସ୍ୱେ୍ଛାସେବୀ ଅନୁଷ୍ଠାନ ପାଇଁ ପ୍ରେରଣା ର ଉତ୍ସ ସାଜିଛି। ଫିରିଙ୍ଗିଆ ଥାନା ଅଞ୍ଚଳ ବାସୀ ଓ ବୁଦ୍ଧିଜିବୀ ମହଲରେ ଥାନା ଅଧିକାରୀ ଶ୍ରୀ ସାହୁ ଙ୍କ ପ୍ରତି ଶୁଭେଚ୍ଛା ର ସୁଅ ଛୁଟୁଛି।
