ବିଧାନସଭା ନିର୍ବାଚନରେ ଟିଭିକେ-କଂଗ୍ରେସ ମେଣ୍ଟ ହୋଇପାରେ, ସୂଚନା ଦେଲେ ବିଜୟଙ୍କ ପିତା

Spread the love

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ନେଇ ରାଜନୀତି ଉଷ୍ମ ରହିଛି। ଏତିକି ବେଳେ ଅଭିନେତା ତଥା ତାମିଲିଗା ଭେଟ୍ଟରି କାଝଗମ(ଟିଭିକେ)ନେତା ବିଜୟଙ୍କ ପିତା ଏସ୍‌ଏ ଚନ୍ଦ୍ରଶେଖରଙ୍କ ବୟାନ ରାଜନୀତିକୁ ଅଧିକ ସରଗରମ କରିଛି। ସେ କହିଛନ୍ତି ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ଟିଭିକେ ଦଳ କଂଗ୍ରେସ ଦଳକୁ ସମର୍ଥନ କରିବା ନେଇ ବିଚାର କରୁଛି। ଟିଭିକେ ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ମେଣ୍ଟବିଷୟରେ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି କଂଗ୍ରେସ ସ୍ୱାଧୀନତା ସଂଗ୍ରାମରେ ଲଢ଼ିଥିଲା ଏବଂ ଏହାର ସୁଦୀର୍ଘ ଇତିହାସ ଓ ପରମ୍ପରା ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!