ଓଜେଇଇ ପାଇଁ ଆରମ୍ଭ ହେଲା ଆବେଦନ; ମେ’୪ରୁ ପରୀକ୍ଷା

Spread the love

ଭୁବନେଶ୍ୱର(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ ଆବେଦନକାରୀଙ୍କୁ ଆଡ୍‌ମିଟ କାର୍ଡ ମିଳିବ। ମେ’୪ରୁ ପରୀକ୍ଷା ଆରମ୍ଭ ହୋଇ ୯ ଯାଏ ଚାଲିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ପରୀକ୍ଷା କରାଯିବ। ଆବେଦନକାରୀମାନେ ଓଜେଇଇ ୱେବ୍‌ସାଇଟ ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭରେ ଆବେଦନ କରିବା ସହ ସମସ୍ତ ସୂଚନା ପାଇପାରିବେ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ବି ଫାର୍ମ, ନର୍ସିଂ(ବିଏସ୍‌ସି ନର୍ସିଂ, ପୋଷ୍ଟ ବିଏସ୍‌ସି ନର୍ସିଂ, ପୋଷ୍ଟ ଡିପ୍ଲୋମା ନର୍ସିଂ,ଏମ୍‌ଏସ୍‌ସି ନର୍ସିଂ), ଏମ୍‌ସିଏ, ଏମଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟି ଗ୍ରେଟେଡ୍ ଏମ୍‌ବିଏ, ବି. କ୍ୟାଟ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟଟାଇମ୍‌), ଏମ୍‌. ଆର୍କ, ଏମ୍‌.ପ୍ଲାନ, ଏମ୍‌.ଫାର୍ମ, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍ ଏବଂ ବି, ଫାର୍ମ, ଲାଟେରାଲ ଏଣ୍ଟ୍ରି ଇନ୍ ବି.ଟେକ୍‌/ବି. ଫାର୍ମା କୋର୍ସରେ ନାମଲେଖା ପାଇଁ ଓଜେଇଇ ହେବ। ର଼୍ୟାଙ୍କ୍‌ଧାରୀମାନେ ସରକାରୀ, ଘରୋଇ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମ ଲେଖାଇପାରିବେ। ଯେଉଁ ଛାତ୍ରୀଛାତ୍ର ବାହାର ରାଜ୍ୟର ହୋଇଥିବେ ସେମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ସୁଯୋଗ ମିଳିବ ନାହିଁ। କେବଳ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ତେବେ ବି.ଟେକ୍‌, ବି. ଆର୍କ, ଇଣ୍ଟିଗ୍ରେଟେଡ୍ ଏମ୍‌.ଏସ୍‌ସି, ବି.ପ୍ଲାନ୍‌, ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍ କୋର୍ସରେ ସରକାରୀ ଓ ବେସରକାରୀ କଲେଜରେ ନାମଲେଖା ପାଇଁ ଜେଇଇ ମେନ୍ ୨୦୨୬ ପରୀକ୍ଷା/ନିଟ୍ ୟୁଜି ୨୦୨୬ ପରୀକ୍ଷା ଦେବାକୁ ହେବ।

Leave a Reply

Your email address will not be published. Required fields are marked *

error: Content is protected !!