ବଦ୍ରିନାଥ,କେଦାରନାଥରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହେବ!

Spread the love

ଡେରାଡୁନ: ଚାରଧାମ ଅନ୍ତର୍ଗତ ବଦ୍ରିନାଥ, କେଦାରନାଥ ସହ ଅନ୍ୟ ୪୭ଟି ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ କଟକଟା ଲାଗୁ କରାଯାଇପାରେ ବୋଲି ଆଲୋଚନା ହେଉଛି। ଏ ନେଇ ଏକ ପ୍ରସ୍ତାବ ବଦ୍ରିନାଥ କେଦାରନାଥ ଟେମ୍ପଲ କମିଟି(ବିକେଟିସି) ବୋର୍ଡରେ ଉପସ୍ଥାପନ କରାଯିବ। ବିକେଟିସି ହେମନ୍ତ ଦ୍ୱିବେଦୀ କହିଛନ୍ତି, ଅଣହିନ୍ଦୁଙ୍କୁ ମନ୍ଦିରରେ ପ୍ରବେଶ କଟକଣା ବହୁ ବର୍ଷର ପରମ୍ପରା। ଆଦି ଶଙ୍କରାଚାର୍ଯ୍ୟଙ୍କ ସମୟରେ ଏହି ପରମ୍ପରା ଚାଲୁ ରହିଥିଲା। ଧାର୍ମକ ପରମ୍ପରାକୁ ସଂରକ୍ଷିତ ରଖିବାକୁ ଯାଇ ଆମେ କୌଣସି ଭୁଲ କରୁନାହୁଁ। ଭାରତୀୟ ସମ୍ବିଧାନର ଧାରା ୨୬ରେ ଧାର୍ମିକ ସଂଗଠନ ନିଜ ନିଜ ବ୍ୟାପାର ପରିଚାଳନା କରିବାର ଅଧିକାର ଦେଇଛି। ଦ୍ୱିବେଦୀ ଆହୁରି କହିଛନ୍ତି, ଅଣହିନ୍ଦୁ ଶବ୍ଦକୁ ଭୁଲ ଅର୍ଥରେ ନେବା ଉଚିତ ନୁହେଁ। ଯେଉଁମାନେ ଆମ ଧର୍ମକୁ ଠିକ୍ ରୂପେ ବୁଝନ୍ତି, ସେମାନଙ୍କୁ ଆମେ ସ୍ୱାଗତ କରୁଛୁ। ଧାମଗୁଡ଼ିକ ବିଶ୍ୱାସ କେନ୍ଦ୍ର; ପର୍ଯ୍ୟଟନସ୍ଥଳ ନୁହେଁ ବୋଲି ସେ କହିଛନ୍ତି। ତେଣେ ଉତ୍ତରାଖଣ୍ଡ ସରକାର ହରିଦ୍ୱାରର ୧୦୫ ଘାଟ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ବିଚାରବିମର୍ଶ କରୁଛନ୍ତି। ଏହାଛଡ଼ା ହରିଦ୍ୱାର ଓ ଋଷିକେଶକୁ ସନାତନ ପବିତ୍ର ସହର ଭାବେ ଘୋଷଣା କରିବା ନେଇ ବିଚାର କରୁଛନ୍ତି। ହରିଦ୍ୱାର ଅର୍ଦ୍ଧକୁମ୍ଭ ସମୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!