ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିଙ୍ଗ୍’ର ମୁକ୍ତିଲାଭ ତାରିଖକୁ ନେଇ ଦର୍ଶକଙ୍କ ମଧ୍ୟରେ ଲାଗି ରହିଥିବା ଉତ୍କଣ୍ଠାର ଅବସାନ ହେବାକୁ ଯାଉଛି। ଶେଷରେ ଆକ୍ସନ ଭରା ଏହି ଚଳଚ୍ଚିତ୍ରଟି ଖ୍ରୀଷ୍ଟମାସ ଉପଲକ୍ଷେ ଚଳିତ ବର୍ଷ ଡିସେମ୍ବର ୨୪ ତାରିଖରେ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି। ଚଳଚ୍ଚିତ୍ର ‘ପଠାନ’ର ତୃତୀୟ ବାର୍ଷିକୀ ପାଳନ ଅବସରରେ ଖୋଦ୍ ଶାହାରୁଖ ଖାନ ଓ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହା ଘୋଷଣା କରିଛନ୍ତି। ତାରିଖ ଘୋଷଣା ସହିତ ଚଳଚ୍ଚିତ୍ର ‘କିଙ୍ଗ’ର ଏକ ନୂଆ ଦୃଶ୍ୟ ରିଲିଜ୍ କରାଯାଇଛି,ଯେଉଁଥିରେ ଶାହାରୁଖଙ୍କ ରକ୍ତାକ୍ତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି।
