ଏପ୍ରିଲ ୨୩ ଖୋଲିବ ବଦ୍ରିନାଥ ଧାମ କପାଟ

Spread the love

ଚାମେଲି: ଆସନ୍ତା ଏପ୍ରିଲ ୨୩ ପ୍ରସିଦ୍ଧ ବଦ୍ରିନାଥ ଧାମ ମନ୍ଦିରର କପାଟ ଖୋଲିବ। ଶୁକ୍ରବାର ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ତେହରୀ ଘରୱାଲ ମହାରାଜା ମନୁଜେନ୍ଦ୍ର ଶାହା ଏହା ଘୋଷଣା କରିଛନ୍ତି। ଶାହା ଉତ୍ତରାଖଣ୍ଡ ବାସିନ୍ଦା ତଥା ଦେଶବାସୀଙ୍କ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ବଦ୍ରିନାଥ ଧାମର ପବିତ୍ର କପାଟ ଚଳିତ ବର୍ଷ ଏପ୍ରିଲ ୨୩ ତାରିଖ ଶୁଭ ସମୟ ସକାଳ ୬ଟା ୧୫ ମିନିଟରେ ପୁନର୍ବାର ଖୋଲିବ। ପାରମ୍ପରିକ ଗଡ଼ୁଘଡ଼ା ଉତ୍ସବ ଏପ୍ରିଲ ୭ ତାରିଖରେ ପାଳିତ ହେବ। ତେହରି ଘରୱାଲ ଜିଲ୍ଲା ନରେନ୍ଦ୍ର ନଗରର ତେହରି ନରେଶଙ୍କ ରାଜପ୍ରାସାଦରେ ଏ ନେଇ ଘୋଷଣା କରାଯାଇଛି। ମନ୍ଦିର ଖୋଲିବା ଦିନ ଭଗବାନଙ୍କ ବିଷ୍ଣୁଙ୍କ ବିଭିନ୍ନ ପାରମ୍ପରିକ ରୀତିନୀତି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!