ମଇ ୧୮ରେ ଖୋଲିବ ରୁଦ୍ରନାଥଙ୍କ ମନ୍ଦିର କପାଟ

Spread the love

ରୁଦ୍ରପ୍ରୟାଗ : ଉତ୍ତରାଖଣ୍ଡ ଚାମେଲି ଜିଲ୍ଲାର ଚତୁର୍ଥ କେଦାର ନାମରେ ଜଣାଶୁଣା ଭଗବାନ ରୁଦ୍ରନାଥଙ୍କ କପାଟ ଆସନ୍ତା ମଇ ୧୮ ତାରିଖରେ ଖୋଲିବ ବୋଲି ଦିନ ଧାର୍ଯ୍ୟ ହୋଇଛି। ରୁଦ୍ରନାଥଙ୍କ ଶୀତକାଳୀନ ଆସ୍ଥାନ ଗୋପୀନାଥ ମନ୍ଦିରଠାରେ ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଏ ନେଇ ମନ୍ଦିର ପରିଚାଳନା କମିଟି ଘୋଷଣା କରିଛି। ସମୁଦ୍ର ପତ୍ତନଠାରୁ ୨,୨୮୬ ଉଚ୍ଚରେ ଅବସ୍ଥିତ ଏହି ମନ୍ଦିର ଗୁମ୍ଫାରେ ଭଗବାନ ଶିବଙ୍କ ମସ୍ତକ ନୀଳକଣ୍ଠ ରୂପେ ପୂଜା ପାଉଛି। ଅନ୍ୟପକ୍ଷରେ ଶୁକ୍ରବାର ସକାଳେ କେଦାରନାଥ ଧାମ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି। ସମଗ୍ର ଅଂଚଳଟି ବରଫଚାଦର ତଳେ ରହିଛି। ପୂର୍ବରୁ ଗତ ଅକ୍ଟୋବର ୨୩ ତାରିଖ କାର୍ତ୍ତିକ ଶୁକ୍ଳ ସପ୍ତମୀରେ ଏକାଦଶ ଜ୍ୟୋତିର୍ଲିଙ୍ଗ କେଦାରନାଥଙ୍କ ମନ୍ଦିର ଶୀତ ଋତୁ ପାଇଁ ବନ୍ଦ କରିଦିଆଯାଇଥିଲା। ଏହି ଉପଲକ୍ଷେ ଉତ୍ସବ ଆୟୋଜନ କରାଯାଇ ମନ୍ଦିରକୁ ଫୁଲରେ ସଜ୍ଜା ଯାଇଥିଲା। ଭାରତୀୟ ସେନା ବ୍ୟାଣ୍ଡ ମାଧ୍ୟମରେ ଭକ୍ତି ସଂଗୀତ ପରିବେଷଣ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!