ପୁରୀ: ପୁରୀଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଆରୋଇପଡା ଗ୍ରାମର ବିଶ୍ୱନାଥ ଭୋଳଙ୍କ ସ୍ତ୍ରୀ ସଖାମଣୀ ଭୋଳଙ୍କ ଅଭିଯୋଗ ଅନୁଯାଇ କେଶ ନ ୧୪୮/୨୦୨୬ରେ ନାବାଳିକା କନ୍ୟାଙ୍କୁ ପୁରୀରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେହିପରି ଚନ୍ଦନପୁର ଥାନା ଅନ୍ତର୍ଗତ ଦେଉଳପଡା ଗ୍ରାମର ବିଷ୍ଣୁପ୍ରସାଦ ମଲ୍ଲିକଙ୍କ ସ୍ତ୍ରୀ ସଙ୍କୁଲତା ମଲ୍ଲିକ ଅଭିଯୋଗ ଅନୁଯାଇ କେଶ ନ.୧୫୨/୨୦୨୬ ନାବାଳିକା କନ୍ୟାଙ୍କୁ ସମ୍ବଲପୁରରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଚନ୍ଦନପୁର ପୁଲିସଙ୍କ ତତ୍ପରତା ଓ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଫଳରେ ଉଭୟ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଠାବ କରାଯାଇ ତାଙ୍କ ପରିବାର ସଦସ୍ୟଙ୍କ ସହିତ ପୁନର୍ମିଳନ କରାଯାଇଛି।

ପୁରୀ ପୁଲିସ ସାଧାରଣ ଲୋକଙ୍କ ସୁରକ୍ଷା ଓ ସହାୟତା ପ୍ରତି ସଦା ସଚେତନ ଏବଂ ପ୍ରତିବଦ୍ଧ।
