ପୁରୀ: ସ୍ଥାନୀୟ ନୀଳାଚଳ ଅର୍ବାନ ହାଟ ପରିସରରେ ଜୁନ ୨୭ ତାରିଖରୁ ଆରମ୍ଭ ହୋଇଥିବା ଉଦ୍ୟମୀ ଓଡ଼ିଶା ଏମଏସଏମଇ ୨୦୨୬ କାର୍ଯ୍ୟକ୍ରମ ବୁଧବାର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଶେଷ ଦିବସରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ମାନସ ରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମଞ୍ଚାସୀନ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଓରମାସ ର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମ ଚରଣ ଦାସ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚନ୍ଦ୍ର ମୋହନ ଚାନ୍ଦ, ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ସମ୍ବିତ ଆଚାର୍ଜ୍ୟ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ୍ ପ୍ରବନ୍ଧକ ଅନିଲ କୁମାର ଭୋଇ, ଆଇସିଆଇସିଆଇ ବ୍ଯାଙ୍କ ର ଆଞ୍ଚଳିକ ମୁଖ୍ୟ ଚନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କିପରି ଜଣେ ଉଦ୍ୟୋଗୀ ଉଭୟ ସରକାରୀ ଯୋଜନା ଏବଂ ବ୍ୟାଙ୍କ ର ସାହାଯ୍ୟରେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ସେ ନେଇ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେସିଏମ-ଏସଆରଆଇଏମ,ପିଏମଇଜିପି,,ପିଏମଏଫଏମଇ, ପିଏମ ବିଶ୍ୱକର୍ମା,ଓଏଫଓପି ଆଦି ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସଫଳତା ହାସଲ କରିଥିବା ଉଦ୍ୟୋଗୀ ମାନଙ୍କୁ ଅତିଥିମାନକ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନନ୍ତେଶ୍ୱର ଇଞ୍ଜିନିୟରିଂ ସଂସ୍ଥାର ମୁଖ୍ୟ ଭ୍ରମରବର ସ୍ୱାଇଁ ଜଣେ ସଫଳ ଉଦ୍ୟୋଗୀ ହେବା ପଛରେ ଥିବା ନିଜର ଉଦ୍ୟମ ଓ ସଂଘର୍ଷ ର କଥା କହି ଅନ୍ୟାନ୍ୟ ଉଦ୍ୟୋଗୀମାନଙ୍କୁ ସଫଳ ହେବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଜୁନ୍ ୨୭ ରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ବେଳେ ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ଷ୍ଟଲ ଉପସ୍ଥାପିତ କରାଯାଇଛି। ଏହି ମେଳାକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ପୁରୀର ଶିଳ୍ପ ଅଧିକାରୀ ଲଳିତ ରଞ୍ଜନ ପ୍ରଧାନ, ନିର୍ମଳ ମହାରଣା, ଭରତ କୁମାର ସେଠୀ, ସହକାରୀ ଶିଳ୍ପ ଅଧିକାରୀ ରାକେଶ କୁମାର ମହାନ୍ତି, ଲୋପାମୁଦ୍ରା ଗୌଡ, ସାଧନା ଲୋହାର, ଶ୍ରୀୟା ନାୟକ, ହିମାଂଶୁ ଶେଖର ନାୟକ ଏବଂ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ।
