କଲମ୍ବୋ: ଭାରତୀୟ ସେନାର ଇଂଜିନିୟର ଟାସ୍କ ଫୋର୍ସ ଶ୍ରୀଲଙ୍କାରେ ୧୨୦ ଫୁଟ ଲମ୍ବର ତୃତୀୟ ବେଲି ବ୍ରିଜ୍ ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ଶ୍ରୀଲଙ୍କାର କେନ୍ଦ୍ରୀୟ ପ୍ରଦେଶର କାଣ୍ଡି ଓ ନ୍ୱାରା ଏଲିୟା ଜିଲ୍ଲାକୁ ସଂଯୋଗ କରୁଥିବା ବି-୪୯୨ ଜାତୀୟ ରାଜପଥରେ ଏହା ପୁନଃ ନିର୍ମିତ ହୋଇଛି। ବାତ୍ୟା ଦ୍ୱିତୱାର ପ୍ରଭାବରେ ଏହି ରାସ୍ତାଟି ମାସାଧିକ କାଳ ଧରି ଶୋଚନୀୟ ହୋଇପଡ଼ିଥିଲା। ରାସ୍ତାଟି ଗମନାଗମନ ଦୃଷ୍ଟିରୁ ଲାଇଫ୍ଲାଇନ୍ ଭଳି କାମ କରିଥାଏ। ଏହା ପୂର୍ବରୁ ଭାରତୀୟ ସେନା କାଣ୍ଡି ଓ ଜାଫନାରେ ଦୁଇଟି ବେଲି ବ୍ରିଜ୍ ନିର୍ମାଣ କରିଥିଲେ।
ଶ୍ରୀଲଙ୍କାରେ ତୃତୀୟ ବେଲିି ବ୍ରିଜ୍ ନିର୍ମାଣ କଲା ଭାରତୀୟ ସେନା













Leave a Reply