ପୁରୀ: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱର ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି କୁ ଆଧାର କରି ପ୍ରତି ମାସର ପ୍ରଥମ ଦିନ ଅର୍ଥାତ୍ ୧ ତାରିଖ ଦିନ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ପରିବେଷଣ ହୋଇଛି କାର୍ଯ୍ୟକ୍ରମ “ଶ୍ରୀ ଜଗନ୍ନାଥାୟନ”

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ଭାବେ ପ୍ରୟାସ ଟିଭି ର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ କୁମାର ମିଶ୍ର,ସମାଜସେବୀ ଚକ୍ରଧର ମହାପାତ୍ର,ରାମକୃଷ୍ଣ ମହାପାତ୍ର,ଗଣେଶ ମହାପାତ୍ର,ପ୍ରସନ୍ନ କୁମାର ମହାନ୍ତି ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ଏହାପରେ କଣ୍ଠଶିଳ୍ପୀ ଲିଙ୍ଗରାଜ ବାରିକ୍, ନାଟ୍ୟ ନିର୍ଦେଶକ ଲୋକନାଥ ରଥ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।ପରେ ପରେ ରାମଚଣ୍ଡୀ ସୋସିଓ ୱେଲ ଫେୟାର କଲ୍ଚରାଲ ଅର୍ଗାନାଇଜେସନ୍ ପକ୍ଷରୁ ନାଟକ”ଯୁଗେ ଯୁଗେ ଜଗନ୍ନାଥ” ପରିବେଷଣ କରାଯାଇଥିଲା ।

ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଲୋକନାଥ ରଥ।ନାଟକରେ ମୁଗ୍ଧ ହୋଇ ଦର୍ଶକ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଞ୍ଚ ତଳେ ବାନ୍ଧି ହୋଇ ରହିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ ।
