ପୁରୀ: ପୁରୀ ସମୁଦ୍ର କୂଳ ଥାନା ପୋଲିସ ମୃତଦେହ ଉଦ୍ଧାର କରି ପୁରୀ ହସ୍ପିଟାଲ କୁ ପଠାଇଛି। ତେବେ ମୃତ ଯୁବତୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଝିଅ କୁ ମାରି ସୁଇମିଙ୍ଗ ପୁଲ୍ ରେ ଫିଙ୍ଗି ଦେଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକେ। ଚକ୍ରତୀର୍ଥ ରୋଡରେ ଥିବା ଏକ ହୋଟେଲ?୍ ରେ ଏଭଳି ଘଟଣା ଘଟିଥିବା ବେଳେ ହୋଟେଲ ସୁଇମିଂ ପୁଲ୍ ରୁ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରି ତଦନ୍ତ ଚଳାଇଛି। ମୃତ ଯୁବତୀ ଜଣକ ପୁରୀ ଗୁଡିଆ ସାହିର ସୁମିତ୍ରା ମହାପାତ୍ର। ଏକ ବ୍ୟାଚଲର ପାର୍ଟି ରେ ହୋଟେଲ କୁ ଡାନ୍ସ କରିବା ପାଇଁ ଯୁବତୀ ଜଣକ ଯାଇଥିଲେ। ତାଙ୍କ ସହିତ ଆଉ ଜଣେ ଯୁବତୀ ହୋଟେଲ କୁ ଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେପଟେ ସମୁଦ୍ର କୂଳ ଥାନା ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲ କୁ ପଠାଇଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
