ସୁବର୍ଣ୍ଣପୁର: ଡିଭାଇଡରରେ ପିଟି ହୋଇ ଟ୍ରକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତୀଲେ ଟ୍ରକ ଡ୍ରାଇଭର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡଭଲା ଛକ ରାସ୍ତାରେ ଦିଆଯାଇଥିବା ଡିଭାଇଡର ଉପରକୁ ଚଢି ଲାଗିଥିବା ଷ୍ଟ୍ରିଟ ଲାଇଟ ଭାଙ୍ଗି ଓଲଟି ପଡ଼ିଛି । ଯେଉଁଥି ପାଇଁ ରାସ୍ତାର ଗୋଟିଏ ପଟେ ଚାରିଚକିଆ ଯାନବାହାନ ଯାତାୟାତ ହୋଇପାରୁନି ।ଟ୍ରକଟି ପୁରୀରୁ ପାନ ଲୋଡ଼ କରି ବିଳାସପୁରା ଯାଉଥିବା ସମୟରେ ଡ଼ଭଲା ଛକ ଠାରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସାମାନ୍ୟ ଖଣ୍ଡିଆ ଖାବରା ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
